odisha24 Live

Latest News

Latest News

ଡେଲ୍ଟା ଛକରେ ଅଘଟଣ, ହଠାତ୍‌ ଭୁଶୁଡ଼ିଲା ନିର୍ମାଣାଧୀନ ଲୁହା ଢାଞ୍ଚା

ଭୁବନେଶ୍ୱର : ଭୁବନେଶ୍ୱରରୁ ଆସିଛି ଆଉ ଏକ କୋଠା ଭୁଶୁଡ଼ିବାର ଖବର। ରାଜଧାନୀର ଡେଲଟା ଛକ ନିକଟରେ ଏକ ନିର୍ମାଣାଧୀନ ଲୁହା ଢାଞ୍ଚା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଗତକାଲି ରାତିରେ ଘଟଣା ଘଟିଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାତିରେ ହଠାତ୍ ବଡ଼ ଶବ୍ଦ ଶୁଣିବାକୁ ମିଳିଥିଲା।

ପରେ ନିର୍ମାଣାଧୀନ ଲୁହା ଢାଞ୍ଚା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଥିଲା। ଏହି ଢାଞ୍ଚା କିପରି ଭୁଶୁଡ଼ିଲା, ଘଟଣା ସମୟରେ ସେଠାରେ କେତେ ଜଣ ଶ୍ରମିକ ଥିଲେ ଏବଂ କେହି ଆହତ ହୋଇଛନ୍ତି କି ନାହିଁସେ ସମ୍ପର୍କରେ ସବିଶେଷ ତଥ୍ୟ ଅପେକ୍ଷା କରାଯାଉଛି। ଘଟଣାଟି କେଉଁ ପ୍ରକଳ୍ପରେ ଘଟିଛି, ନିର୍ମାଣ କାମ କେଉଁ ସଂସ୍ଥା କରୁଥିଲା ଏବଂ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ଅନୁମତି ନିଆଯାଇଥିଲା କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେବା ବାକି ରହିଛି।

ଏତେ ବଡ଼ ଲୁହା ଢାଞ୍ଚା କିପରି ଭୁଶୁଡ଼ିଲା? ଏହାର ଡିଜାଇନ୍ କିମ୍ବା ନିର୍ମାଣରେ କୌଣସି ତ୍ରୁଟି ଥିଲା କି? ନିର୍ମାଣସ୍ଥଳରେ ଆବଶ୍ୟକ ସୁରକ୍ଷା ନିୟମ ପାଳନ ହେଉଥିଲା କି? ଶ୍ରମିକଙ୍କ ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା ଥିଲା? ଏସବୁ ଦିଗ ଏବେ ଯାଞ୍ଚର ବିଷୟ। ଦିଲ୍ଲୀର ସତ୍ୟ ନିକେତନ ଘଟଣାକୁ ନେଇ ବିଲ୍ଡିଂ ସୁରକ୍ଷା ଉପରେ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବା ବେଳେ ଭୁବନେଶ୍ୱରର ଏହି ଘଟଣା ରାଜଧାନୀର ନିର୍ମାଣସ୍ଥଳଗୁଡ଼ିକରେ ସୁରକ୍ଷା ନିୟମ ପାଳନକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।

Share In Social Media
Scroll to Top