
ଦୁନିଆର ସବୁଠାରୁ ପୁରୁଣା ସହର ଦ୍ୱାରିକା, ଯାହାକୁ ଭଗବାନ ଶ୍ରୀକୃଷ୍ଣ ତିଆରି କରିଥିଲେ । ଏହି ସହର ହେଉଛି ଭାରତର ସବୁଠାରୁ ପୁରୁଣା ସହର । ଇତିହାସ କୁହେ ଦ୍ୱାରିକା ନଗରୀ ୯ ହଜାର ବର୍ଷ ପୁରୁଣା ସହର । ଯାହାର ଅବଶେଷ ଆଜିବି ନିଳ ସମୁଦ୍ରର ଗଭିରରେ ଦେଖିବାକୁ ମିଳେ । ହେଲେ ସେହି ସମୟରେ ଏମିତି କଣ ହେଲା ଯେ ପୁରା ଦ୍ୱାରିକା ଜଳମଗ୍ନ ହୋଇଗଲା । ତେବେ ଆମେ ଅଜି ଏଠାରେ କହିବୁ ପୁରା ଦ୍ୱାରିକା ନଗରୀ ବୁଡ଼ିବାର କାରଣ ।
ଭାରତ ବିଶ୍ୱର ପ୍ରଚିନ୍ନ ସଭ୍ୟତାର ଭୂମି । ଏହି ଭୂମି ଉପରେ ଛିଡ଼ା ହୋଇଥିଲା ସବୁଠାରୁ ପୁରୁଣା ସହର ଦ୍ୱାରିକା । ଗୁମତି ନଦୀ ଏବଂ ଆରବ ସାଗରର ସଂଗମ ସ୍ଥଳରେ ଥିବା ଏହି ଦ୍ୱାରିକା ନଗରୀର ତିଆରି ଭଗବାନ ଶ୍ରୀକୃଷ୍ଣ ମଥୁରାରୁ ବାହାରିଆସିବା ପରେ ତିଆରି କରିଥିଲେ । ଦ୍ୱାରିକା ନଗରୀ ଆଜିର ଆଧୁନିକ ସହର ଭଳି ଦେଖାଯାଉଥିଲା । କୁହାଯାଏ କଂଶକୁ ମାରିବା ପରେ କଂଶଙ୍କର ଶ୍ୱଶୁର ବାରମ୍ବାର ମଥୁରା ଉପରେ ଆକ୍ରମଣ କରିଥିଲେ । ଯେଉଁଥିପାଇଁ ଶ୍ରୀକୃଷ୍ଣ ସମସ୍ତଙ୍କୁ ସମୁଦ୍ର କୂଳକୁ ଆଣି ଦ୍ୱାରିକ ନଗରୀର ଗଠନ କରିଥିଲେ । ଆହୁରି ମଧ୍ୟ କୁହାଯାଏ ଦ୍ୱାରିକ ତିଆରି କରିବା ପାଇଁ ଶ୍ରୀକୃଷ୍ଣ ସମୂଦ୍ର ଦେବତାଙ୍କ ଠାରୁ ଭୂମି ନେଇଥିଲେ ଏବଂ ବ୍ରହ୍ମାଣ୍ଡର ନିର୍ମାତା ବିଶ୍ୱ କର୍ମାଙ୍କୁ କରି ରାତି ଭିତରେ ଦ୍ୱାରିକା ତିଆରି କରିଥିଲେ । କିନ୍ତୁ ଶ୍ରୀକୃଷ୍ଣଙ୍କ ମୃତ୍ୟୁପରେ ଏହି ସୁନ୍ଦର ନଗରୀ ସମୁଦ୍ର ଭିତରେ ଲିନ ହୋଇଯାଇଥିଲା । ଯାହା ଆଜିବି ସମୁଦ୍ରର ଗଭୀରତାରେ ଦେଖିବାକୁ ମିଳେ । ଅନୁସନ୍ଧାନରୁ ଜଣାପଡ଼ିଛି କି ସମୁଦ୍ର ଭିତରୁ ଯେଉଁ ଅବଷେଶ ମିଳିଛି ତାହା ୯ ହଜାର ବର୍ଷ ପୁରୁଣା । ପୌରାଣିକ କଥାରୁ ଯାହା ଜଣାପଡ଼େ ଦ୍ୱାରିକ ଲିନ ହେବା ପଛରେ ଦୁଇଟି ମହାନ ଘଟଣା ହିଁ ଦାୟି ଥିଲା । ଗୋଟିଏ ହେଉଛି ମହାଭାରତରେ ଗାନ୍ଧାରୀଙ୍କ ସବୁ ପୁଅ ମରିଗଲା ପରେ ଶ୍ରୀକୃଷ୍ଣଙ୍କୁ ଗାନ୍ଧାରିଙ୍କ ଦ୍ୱାରା ଦିଆଯାଇଥିବା ଅଭିଶାପ । ଏବଂ ଦ୍ୱତୀୟଟି ହେଉଛି କୃଷ୍ଣଙ୍କ ପୁଅ ସାମ୍ବଙ୍କୁ ଋଷି ମାନେ ଦେଇଥିବା ଅଭିଶାପ । ଋଷିଙ୍କର ଅପମାନ କରିବା ପରେ ଋଷି ରାଗିଯାଇ ସାମ୍ବଙ୍କୁ ଅଭିଶାପ ଦେଇଥିଲେ । କହିଥିଲେ କି ତୁମର ଅହଙ୍କାର ପାଇଁ ତୁମର ସୁନ୍ଦର ସହର ପୁରା ଧ୍ୱଂସ ହୋଇଯିବ । ସବୁଠାରୁ ବଡ଼ କଥା ହେଉଛି ପୁରାଣ କୁହେ ଗାନ୍ଧାରୀଙ୍କ ଅଭିଶାପର ୩୬ ବର୍ଷ ପରେ ଦ୍ୱାରିକା ସମୁଦ୍ରରେ ଲିନ ହୋଇଯାଇଥିଲା ।

