odisha24 Live

Latest News

Latest News

ଚାକିରି ଖୋଜୁଥିବାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର : ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ବାହାରିଲା ପୋଷ୍ଟ ଅଫିସରେ ବମ୍ପର ନିଯୁକ୍ତି ସୁଯୋଗ । ଅଭିଜ୍ଞ ଡ୍ରାଇଭରମାନଙ୍କ ପାଇଁ ଡାକ ବିଭାଗ ଏକ ନୂଆ ନିଯୁକ୍ତି ସୁଯୋଗ ଆଣିଛି। ବେଙ୍ଗାଲୁରୁସ୍ଥିତ ମେଲ୍ ମୋଟର ସର୍ଭିସ୍ ରେ ‘ଷ୍ଟାଫ୍ କାର୍ ଡ୍ରାଇଭର’ର ୧୧ଟି ପଦବୀରେ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ପାଇଁ ଅଫଲାଇନ୍ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଛି। ମନୋନୀତ ପ୍ରାର୍ଥୀମାନଙ୍କୁ ୭ମ ବେତନ କମିଶନ ଅନୁସାରେ ମାସିକ ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ଦରମା ଏବଂ ଅନ୍ୟାନ୍ୟ ସରକାରୀ ଭତ୍ତାର ଲାଭ ମିଳିବ। ତେବେ ଏହି ନିଯୁକ୍ତି କେବଳ ଯୋଗ୍ୟ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଡେପୁଟେସନ୍ କିମ୍ବା ଆଡଜଷ୍ଟମେଣ୍ଟ ଆଧାରରେ ହେବ। ଇଚ୍ଛୁକ ପ୍ରାର୍ଥୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ ପଠାଇବାକୁ ପଡ଼ିବ।
ଏହି ୧୧ଟି ପଦବୀ ମଧ୍ୟରୁ ୧୦ଟି ପଦବୀ ବେଙ୍ଗାଲୁରୁ ଏବଂ ଗୋଟିଏ ପଦବୀ ମାଇସୁରୁ ସବ୍-ଡିପୋ ପାଇଁ ନିର୍ଦ୍ଧାରିତ କରାଯାଇଛି। ନିଯୁକ୍ତି ଡେପୁଟେସନ୍ କିମ୍ବା ଆଡଜଷ୍ଟମେଣ୍ଟ ଆଧାରରେ କରାଯିବ। ରୋଜଗାର ସମାଚାରରେ ବିଜ୍ଞାପନ ପ୍ରକାଶ ପାଇବାର ୬୦ ଦିନ ମଧ୍ୟରେ ଆବେଦନ ସ୍ୱୀକାର କରାଯିବ।

Share In Social Media
Scroll to Top