odisha24 Live

Latest News

Latest News

ଜାଭେଲିନରେ ଭାରତର ଯୁଗଳ ବିଜୟ

ନୂଆଦିଲ୍ଲୀ : ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ ଜାଭେଲିନ ଥ୍ରୋ’ରେ ଭାରତର ଯୁଗଳ ବିଜୟ ଘଟିଛି। ଏଥିରେ ତାରକା ଖେଳାଳି ନୀରଜ ଚୋପ୍ରା ରୌପ୍ୟ ପଦକ ଏବଂ ଯଶବୀର ସିଂହ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ରାଜସ୍ଥାନର ୨୫ ବର୍ଷୀୟ ଯଶ ବୀର ସିଂହ କାଂସ୍ୟ ପଦକ ଜିତିଛନ୍ତି। ଏହା ସହ ପ୍ରଥମ ଥର ପାଇଁ କମନୱେଲ୍ଥ ଗେମ୍ସର ପୁରୁଷ ଜାଭେଲିନ୍ ଇଭେଣ୍ଟରେ ଭାରତ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛି। ଶ୍ରୀଲଙ୍କାର ରୁମେଶ ଥାରଙ୍ଗା ପଥିରାଗେ ୮୯.୭୫ ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ ୮୫.୮୩ ମିଟର ଥ୍ରୋ କରି ରୌପ୍ୟ ପଦକ ହାସଲ କରିଥିଲେ ଏବଂ ଯଶ ବୀର ଶେଷ ପ୍ରୟାସରେ ୮୫.୪୧ ମିଟର ଥ୍ରୋ କରି ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ କାଂସ୍ୟ ପଦକ ଜିତିଥିଲେ। ନୀରଜ ଚୋପ୍ରା ଦୀର୍ଘ ଦିନର ଆହତ ପରେ ଜୋରଦାର ପ୍ରତ୍ୟାବର୍ତ୍ତନ କରି ସମାଲୋଚକଙ୍କୁ ଉଚିତ ଜବାବ ଦେଇଛନ୍ତି। ଥଣ୍ଡା ପାଗ ଏବଂ ଜୋର ପବନ ସତ୍ତ୍ୱେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଗତ ବର୍ଷର ପିଠି ଯନ୍ତ୍ରଣା ପୁଣି ଅନୁଭବ ହେଉଥିବାରୁ ସେ ଦୌଡ଼ ଆରମ୍ଭ ସମୟରେ ସତର୍କ ରହିଥିବା କହିଛନ୍ତି। ତଥାପି ଦ୍ୱିତୀୟ ପ୍ରୟାସରେ ସେ ଏହି ସିଜନର ସର୍ବଶ୍ରେଷ୍ଠ ୮୫.୮୩ ମିଟର ଥ୍ରୋ କରିଥିଲେ। ଅନ୍ୟପଟେ ପାକିସ୍ତାନର ଅଲିମ୍ପିକ୍ ଚାମ୍ପିଅନ୍ ଅର୍ଶଦ ନଦୀମ ପ୍ରଥମ ତିନିଟି ପ୍ରୟାସରେ କେବଳ ୭୭.୪୧ ମିଟର ଥ୍ରୋ କରି ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ।

Share In Social Media
Scroll to Top