odisha24 Live

Latest News

Latest News

ସେୟାର ମାର୍କେଟ ପାଠ ପଢ଼ିବେ ପିଲା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ। କଲେକ ପିଲା ପଢ଼ିବେ ସେୟାର ମାର୍କେଟ ପାଠ । ଏନେଇ ଉଚ୍ଚଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ। ସେୟାର ମାର୍କେଟ, ବ୍ୟାଙ୍କିଂ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାର କ୍ଷେତ୍ରରେ ଦକ୍ଷ ଓ ଚାକିରି ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ତଥା ସେମାନଙ୍କ ରୋଜଗାର କ୍ଷମତା ବୃଦ୍ଧି କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।ସେହିପରି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବିକମ୍ , ବିବିଏ, ବିଏମଏସ, ବିଏ(ଅର୍ଥଶାସ୍ତ୍ର ଓ ବାଣିଜ୍ୟ), ଏମବିଏ ଓ ଏମକମ୍ ଭଳି ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କୁ ୩୦ଘଣ୍ଟାର ଏକ ବ୍ୟବସାୟିକ ମ୍ୟୁଚୁଆଲ ଫଣ୍ଡ ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରାଯିବ। ଏହାସହିତ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଏନଆଇଏସଏମ୍ ସାର୍ଟିଫିକେସନ୍ ପରୀକ୍ଷା ପାଇଁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଯିବ। ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱର ସମେତ ବ୍ରହ୍ମପୁର, ଭଦ୍ରକ, ଢେଙ୍କାନାଳ, ଜୟପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାଉରକେଲା ଓ ସମ୍ବଲପୁର ଆଦି ସହରର ୧୦୦ କିମି ମଧ୍ୟରେ ଥିବା ଚିହ୍ନଟ ୯୭ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି।

Share In Social Media
Scroll to Top