odisha24 Live

Latest News

Latest News

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ।ଏହି ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଟିମ୍ ଭାରତୀୟ ଦଳ ଘୋଷଣା କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନଥିଲେ। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଚୟନ କରାଯାଇଛି। ଏଥିରେ ୨ ଜଣ ଖେଳାଳିଙ୍କ ଖେଳିବା ତାଙ୍କ ଫିଟନେସ୍ ରିପୋର୍ଟ ଉପରେ ନିର୍ଭର କରିବ।କେଏଲ୍ ରାହୁଲଙ୍କୁ ଉପଅଧିନାୟକ କରାଯାଇଛି। ଦଳରେ ୨ ଜଣ ୱିକେଟକିପର ଭାବେ ଋଷଭ ପନ୍ତ ଓ ଧ୍ରୁବ ଜୁରେଲଙ୍କୁ ସାମିଲ କରାଯାଇଛି।ଶ୍ରୀଲଙ୍କା ସିରିଜ୍ ପୂର୍ବରୁ ଭାରତୀୟ ଦଳ ୭ ଅଗଷ୍ଟରୁ କଲମ୍ବୋରେ ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ସେପଟେ ସାଇ ସୁଦର୍ଶନ ଓ ଜସପ୍ରୀତ ବୁମ୍ରାଙ୍କ ଖେଳିବା ନେଇ ନିଷ୍ପତ୍ତି ଫିଟନେସ୍ କ୍ଲିୟାରେନ୍ସ ପରେ ନିଆଯିବ। ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍ ଗାଲେରେ ୧୫ରୁ ୧୯ ଅଗଷ୍ଟ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ କଲମ୍ବୋରେ ୨୩ରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Share In Social Media
Scroll to Top