
ନୂଆଦିଲ୍ଲୀ: ଅଗଷ୍ଟରୁ ମହଙ୍ଗା ସବୁର ଦର ବଢିବ। ଜୁଲାଇ ମାସ ଆରମ୍ଭରୁ କିଛି ମୋଟର କମ୍ପାନୀ ଗାଡ଼ି ଦର ବଢ଼ାଇଥିଲେ, ଆଉ ଏବେ ମାରୁତି ସୁଜୁକି ପୁଣିଥରେ ଦର ବଢ଼ାଇବ ବୋଲି ଘୋଷଣା କରିଛି। କମ୍ପାନୀ ଏହାର ସୁବୁ ମୋଡେଲ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢାଇବ ବୋଲି ଘୋଷଣା କରିଛି। ଅଗଷ୍ଟ ମାସରେ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହେବ। ଆପଲ ଭଲି ମାରୁତି କହିଛି ଯେ ଗ୍ରାହକଙ୍କୁ ଦର ବୃଦ୍ଧିର ଚାପ ନଦେବାକୁ କମ୍ପାନୀ ଗତ କିଛି ମାସ ହେଲା ବିଭିନ୍ନ ଖର୍ଚ୍ଚ ହ୍ରାସ ପଦକ୍ଷେପ ନେଉଥିଲା। ତଥାପି, ଗାଡ଼ି ତିଆରି ଖର୍ଚ୍ଚ ନିୟମିତ ବଢ଼ିବାରୁ କମ୍ପାନୀ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛି ବୋଲି ମାରୁତି ସୁଜୁକି କହିଛି।ମଙ୍ଗଳବାର ଦିନ ପ୍ରାୟ ୩:୨୯ ରେ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ର ସେୟାର ମୂଲ୍ୟ ୧୨୨.୫୫ ଟଙ୍କା ବୃଦ୍ଧି ପରେ ପ୍ରତି ସ୍କ୍ରିପ୍ ୧୩,୬୩୦ ଟଙ୍କାରେ କାରବାର କରୁଥିଲା। ତେବେ ମୂଲ୍ୟ ବୃଦ୍ଧି ନେଇ ଅଟୋମେକର ସ୍ପଷ୍ଟ କରିଛନ୍ତି ଯେ ସଠିକ୍ ମୂଲ୍ୟ ବୃଦ୍ଧି ମଡେଲ ଅନୁଯାୟୀ ଭିନ୍ନ ହେବ।ସୂଚନା ଥାଉକି, ୨୦୨୬ ମସିହାରେ ମାରୁତି ସୁଜୁକି ଏପର୍ଯ୍ୟନ୍ତ ୨ ଥର ଗାଡ଼ିର ମୂଲ୍ୟ ବୃଦ୍ଧି କରିଛି।

