
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ: ପାର୍ଟ ୧’ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍ ହୋଇଛି। ହିନ୍ଦୀ, କନ୍ନଡ଼, ତେଲୁଗୁ, ତାମିଲ ଏବଂ ମାଲାୟାଲମ ସମେତ ମୋଟ ୫ଟି ଭାରତୀୟ ଭାଷାରେ ଏହି ଟ୍ରେଲର୍ ଆଜି ରିଲିଜ୍ ହୋଇଛି । ଏହି ସିନେମାରେ ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟସ୍ ଙ୍କ ପରି ଷ୍ଟାର୍ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି। ରାବଣ ଆରମ୍ଭରେ କିଛି ନଥିଲେ, କିନ୍ତୁ ପରେ ସେ ବହୁତ ଶକ୍ତିଶାଳୀ ହୋଇଉଠିଲେ । କୁହାଯାଏ, ଯେତେବେଳେ ଆପଣ କୌଣସି ରାକ୍ଷସ ସହ ଲଢ଼ନ୍ତି, ସେତେବେଳେ ନିଜେ ମଧ୍ୟ ରାକ୍ଷସରେ ପରିଣତ ହେବାର ସମ୍ଭାବନା ଥାଏ । ସେଥିପାଇଁ ସତର୍କ ରହିବା ଆବଶ୍ୟକ । ରାବଣ ବହୁତ ପ୍ରତିଭାଶାଳୀ ଥିଲେ, ଅନେକ କଳାରେ ପାରଙ୍ଗମ ଥିଲେ, କିନ୍ତୁ ଶେଷରେ ନିଜ ଶକ୍ତିକୁ ନିୟନ୍ତ୍ରଣ କରିନପାରିବାରୁ ତାଙ୍କର ପତନ ଘଟିଥିଲା । ଏଠାରୁ କାହାଣୀ ଏକ ନୂଆ ମୋଡ଼ ନେଇଥିଲା ।”ୟଶ କହିଛନ୍ତି, “ଯେଉଁ ଚରିତ୍ରକୁ ସମସ୍ତେ ପୂର୍ବରୁ ଜାଣିଛନ୍ତି, ସେହି ଚରିତ୍ରକୁ ପର୍ଦ୍ଦାରେ ଜୀବନ୍ତ କରିବା ଅତ୍ୟନ୍ତ କଠିନ । ନୂଆ ଫିଲ୍ମରେ ଆପଣ ଯାହା କରନ୍ତି, ତାହାହିଁ ସେହି ଚରିତ୍ରର ପରିଚୟ ହୋଇଯାଏ । କିନ୍ତୁ ଯେତେବେଳେ ଲୋକମାନଙ୍କ ମନରେ ପୂର୍ବରୁ ସେହି ଚରିତ୍ରର ଏକ ଛବି ରହିଥାଏ ଏବଂ ଅନେକ ଅଭିନେତା ତାହାକୁ ଭିନ୍ନ ଭିନ୍ନ ଭାବରେ ନିଭାଇ ସାରିଛନ୍ତି, ସେତେବେଳେ ଅଭିନେତାଙ୍କ ଉପରେ ଅଧିକ ଚାପ ଥାଏ । ତଥାପି ମୁଁ ଚରିତ୍ରର ମୂଳ ଭାବନା ଉପରେ ବେଶି ଧ୍ୟାନ ଦେଇଛି । ମୋର ବିଶ୍ୱାସ ଯେ, ମୁଁ ଏହାକୁ ଏକ ନୂଆ ଦୃଷ୍ଟିକୋଣରୁ ପ୍ରସ୍ତୁତ କରିଛି । ଆଶା କରୁଛି, ଦର୍ଶକମାନେ ଏହାକୁ ପସନ୍ଦ କରିବେ ।”ଏହା ସହିତ ‘ରାମାୟଣ’ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଫିଲ୍ମର ପ୍ରଥମ ଭାଗ ୬ ନଭେମ୍ବର ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

