odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ବିଶ୍ରାମ ନେବେ ବୁମରା

ନୂଆଦିଲ୍ଲୀ: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରିତ ବୁମରା ନିଜ ବୋଲିଂ ଆକ୍ସନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଗତ ଇଂଲଣ୍ଡ ଗସ୍ତରେ ସେ ଆହତ ହୋଇଥିଲେ । ତେଣୁ ଶ୍ରୀଲଙ୍କା ବିପକ୍ଷ ଦୁଇଟି ଟେଷ୍ଟ୍ ମ୍ୟାଚରୁ ତାଙ୍କୁ ବାଦ୍ ଦିଆଯାଇଛି । ତାଙ୍କ ଜାଗାରେ ଜମ୍ମୁ କାଶ୍ମୀରର ଷ୍ଟାର୍ ବୋଲର ଆକିବ୍ ନବୀଙ୍କୁ ସ୍ଥାନ ମିଳିଛି । ସେ ଅଗଷ୍ଟ୧୫ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ମୁକାବିଲାରେ ପଦାର୍ପଣ କରିପାରନ୍ତି । ଏହା ଭିତରେ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର କର୍ଷଣ ଘାବରୀ ବୁମରାଙ୍କୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବୁମରାଙ୍କୁ ବାରମ୍ବାର ତରବରିଆ ଭାବେ ଦଳରେ ସାମିଲ କରାନଯାଉ । ତାଙ୍କୁ ଦୀର୍ଘ ଦିନ ବିସିସିଆଇ ବ୍ରେକ୍ ଦେବା ଆବଶ୍ୟକ । ଏହାଦ୍ୱାରା ବୁମରା ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇପାରିବେ । ଦୁଇଟି ବିଶ୍ୱକପ୍ ଟିମରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିବା ଘାବରୀ କହିଛନ୍ତି ଯେ, ବୁମରାଙ୍କୁ୫-୬ମାସ ବିଶ୍ରାମ ଦେବା ଉଚିତ । ଆବଶ୍ୟକ ହେଲେ ତାଙ୍କୁ ବର୍ଷେ ବିଶ୍ରାମ ଦିଆଯାଉ । ସେ ଶତ ପ୍ରତିଶତ ଫିଟ୍ ହେବା ଦରକାର । ସେ ଅନେକ ସମୟରେ ସମ୍ପୂର୍ଣ୍ଣ ଫିଟ୍ ନହୋଇ ମଇଦାନକୁ ଓହ୍ଲାଉଛନ୍ତି । ଯାହା ତାଙ୍କ ଶରୀର ଉପରେ ଅଧିକ ଚାପ ପକାଉଛି । ଯଦି କୌଣସି ଖେଳାଳି୫୦-୬୦ପ୍ରତିଶତ ଫିଟ୍ ଥାଆନ୍ତି ତାହାଲେ ଦଳରେ ସାମିଲ କରାଯିବା କଥା ନୁହେଁ । ଏହାଦ୍ୱାରା ଟୁର୍ଣ୍ଣାମେଣ୍ଟ ଅଧାରୁ ଆହାତ ହେବା ଭୟ ରହିଛି । ଯଦି ବୁମରା ଆହତ ହୁଅନ୍ତି ତାହାଲେ ତାଙ୍କ ପାଇଁ ଏବଂ ଦେଶ ପାଇଁ ଏହା ଶୁଭଙ୍କର ନୁହେଁ । ୭୫ବର୍ଷୀୟ ଏହି ପୂର୍ବତନ କ୍ରିକେଟର ଆହୁରି କହିଛନ୍ତି ଯେ, ବୁମରା ସମସ୍ତ ଫର୍ମାଟ ନଖେଳିଲେ ଭଲ ହେବ । ଟେଷ୍ଟ୍ କ୍ରିକେଟରେ ତାଙ୍କର ଉପଯୋଗ ହେବା ଦରକାର । କାରଣ ଭାରତ ପାଇଁ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫର୍ମାଟ୍ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top