odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ପୁରୀ-ସୋଲାପୁର ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଓଡ଼ିଶାରୁ ମହାରାଷ୍ଟ୍ର ଯାଉଥିବା ଟ୍ରେନଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୭ରୁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବ। ଟ୍ରେନ୍ ନଂ ୦୮୪୪୫ ପୁରୀ-ସୋଲାପୁର ଜଙ୍କସନ୍ ସ୍ପେଶାଲ୍ ଏକ୍ସପ୍ରେସ୍ ଶୁକ୍ରବାର ରାତି ୧୧.୪୫ରେ ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ସକାଳ ୪.୧୫ ରେ ସୋଲାପୁର ଜଙ୍କସନ୍‌ରେ ପହଞ୍ଚିବ। ଏହି ସ୍ବତନ୍ତ୍ର ଟ୍ରେନ ଖୋରଧା ରୋଡ୍‌, ବ୍ରହ୍ମପୁର, ବିଜୟନଗରମ୍, ଦୁଭ୍ୱାଡା, ବିଜୟୱାଡା ଜଙ୍କସନ୍, ଗୁଣ୍ଟୁର ଜଂ, ନାଲଗୋଣ୍ଡା, ସିକନ୍ଦରାବାଦ, ୱାଡି ଏବଂ କଲବୁରଗି ଷ୍ଟେସନରେ ରହଣି କରିବ। ସ୍ବତନ୍ତ୍ର ଟ୍ରେନରେ ମୋଟ ୨୨ଟି ବଗି ରହିବ। ସେଥିମଧ୍ୟରେ ୧୩ଟି ସ୍ଲିପର୍ ଶ୍ରେଣୀ ବଗି, ୭ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ବଗି ଏବଂ ୨ଟି ଲଗେଜ୍‌ ସହ ଦିବ୍ୟାଙ୍ଗ ଅନୁକୂଳ କୋଚ୍ ସାମିଲ ରହିବ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top