odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ନେତାନ୍ୟାହୁଙ୍କ ପ୍ରଶଂସାରେ ମୋଦୀ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଭାରତ ଓ ଇସ୍ରାଏଲ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗକୁ ସ୍ୱୀକାର କରିଛନ୍ତି।ନେତନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲର ସବୁଠାରୁ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଛନ୍ତି । କଠିନ ସମୟରେ ଭାରତ ପକ୍ଷରୁ ମିଳିଥିବା ସମର୍ଥନ ଓ ସହଯୋଗକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ନେତନ୍ୟାହୁ କହିଛନ୍ତି, ‘ଆମକୁ ଆହୁରି ମଜବୁତ ବନ୍ଧୁତ୍ୱ ଓ ସହଯୋଗୀ ଦେଶର ଆବଶ୍ୟକତା ରହିଛି । ସେଥିପାଇଁ ଭାରତ ଏବଂ ମୋର ବନ୍ଧୁ ନରେନ୍ଦ୍ର ମୋଦିଙ୍କ ସହ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଉପରେ ମୁଁ ବିଶେଷ ଗୁରୁତ୍ୱ ଦେଉଛି । ଭାରତରେ ଇସ୍ରାଏଲ ଓ ମୋତେ ବ୍ୟକ୍ତିଗତ ଭାବେ ଯେପରି ସମର୍ଥନ ମିଳୁଛି, ତାହା ସତ୍ୟରେ ଅବିଶ୍ୱସନୀୟ । ୨୦୧୮ରେ ବେଞ୍ଜାମିନ ନେତନ୍ୟାହୁ ଭାରତ ଗସ୍ତରେ ଆସିଥିବାବେଳେ ଉଭୟ ଦେଶ ମଧ୍ୟରେ ୯ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ସେହି ସମୟରେ ଭାରତ-ଇସ୍ରାଏଲ ସମ୍ପର୍କକୁ ‘ବିଶେଷ ଭାଗୀଦାରି’ର ମାନ୍ୟତା ଦିଆଯାଇଥିଲା, ଯାହା ବାଣିଜ୍ୟ, ପ୍ରଯୁକ୍ତି ଓ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗକୁ ନୂଆ ଦିଗ ଦେଇଥିଲା । ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ଉଭୟ ଦେଶ ‘ଶାନ୍ତି, ନବସୃଜନ ଓ ସମୃଦ୍ଧି ପାଇଁ ଭାରତ-ଇସ୍ରାଏଲ ବିଶେଷ ରଣନୀତିକ ଭାଗୀଦାରି’କୁ ଆହୁରି ସୁଦୃଢ଼ କରିବା ଦିଗରେ ସହମତି ପ୍ରକାଶ କରିଥିଲେ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top