odisha24 Live

Latest News

Latest News

ଡାବର ଉପରେ କଟକଣା

ନୂଆଦିଲ୍ଲୀ : ଖାଦ୍ୟ ସୁରକ୍ଷା ନିୟାମକ ଏଫଏସଏସଏଆଇ(ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ) ପକ୍ଷରୁ ନିଜର ବିଭିନ୍ନ ଖାଦ୍ୟ ଉତ୍ପାଦରେ ‘୧୦୦% ଖାଣ୍ଟି’ କିମ୍ବା ‘୧୦୦% ପ୍ରାକୃତିକ’ ଭଳି ଦାବି କରିଥିବାରୁ ଡାବର ଇଣ୍ଡିଆ କମ୍ପାନୀ ବିବାଦରେ ଫସିଛି। ମହୁ, ଘିଅ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ବିଭ୍ରାନ୍ତିକର ଦାବି କରୁଥିବାରୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଏଫଏସଏସଏଆଇ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହିଭଳି ଦାବି କରୁଥିବା ଉତ୍ପାଦଗୁଡ଼ିକର ବିକ୍ରି ଏବଂ ବିଜ୍ଞାପନ ଉପରେ ବିଭାଗ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି ।
ଖାଦ୍ୟ ନିୟାମକଙ୍କ ସୂଚନା ଅନୁଯାୟୀ, କଟକଣା ଲାଗିଥିବା ଉତ୍ପାଦଗୁଡ଼ିକ ମଧ୍ୟରେ ଡାବରର ମହୁ, ଆପଲ୍ ସାଇଡର୍ ଭିନେଗାର୍, ଭର୍ଜିନ୍ ନଡ଼ିଆ ତେଲ, ରାଶି ତେଲ, ଗାଈ ଘିଅ, ନଡ଼ିଆ ପାଣି ଏବଂ ନଡ଼ିଆ କ୍ଷୀର ଭଳି ବହୁଳ ବ୍ୟବହୃତ ସାମଗ୍ରୀ ସାମିଲ ରହିଛି।

Share In Social Media
Scroll to Top