odisha24 Live

Latest News

Latest News

ଜୁଲାଇ ୩୦ରେ ରିଲିଜ୍‌ ହେବ ରାମାୟଣ

ମୁମ୍ବାଇ : ବଲିଉଡର ବହୁ ପ୍ରତୀକ୍ଷିତ ପୌରାଣିକ ଫିଲ୍ମ ‘ରାମାୟଣ’ର ଟ୍ରେଲର ବିଶ୍ୱସ୍ତରରେ ଖୁବ ଶୀଘ୍ର ରିଲିଜ୍ ହେବ । ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଏହି ମେଗା ବଜେଟ୍ ଫିଲ୍ମର ପ୍ରମୋସନର ଆରମ୍ଭ ଏହି ଟ୍ରେଲର ଲଞ୍ଚ ସହିତ ହେବ ।ନିତେଶ ତିଓ୍ୱାରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଟ୍ରେଲର ଜୁଲାଇ ୩୦ ଭୋର ୪ଟା ୧୫ ମିନିଟରେ ସବୁ ହଲରେ ରିଲିଜ୍ ହେବ । ରାମାୟଣ ଏକ ହିନ୍ଦୁ ପରମ୍ପରା ସହିତ ଜଡିତ ଥିବାରୁ ଏହାକୁ ବ୍ରହ୍ମ ମୁହୂର୍ତ୍ତରେ ରିଲିଜ କରିବାକୁ ଛୋଷଣା କରିଛନ୍ତି । ନିର୍ମାତାମାନେ ଏକ ନୂତନ ପୋଷ୍ଟର ରିଲିଜ୍ କରି ଲେଖିଛନ୍ତି ଯେ, ଆମେ ଶୁଭ ବ୍ରହ୍ମ ମୁହୂର୍ତ୍ତରେ ଆମର ଟ୍ରେଲର ସହିତ ରାମାୟଣର ନୂତନ ସୂର୍ଯ୍ୟୋଦୟକୁ ସ୍ୱାଗତ କରୁଛୁ । ଫିଲ୍ମର ପ୍ରଯୋଜକ ନମିତ ମଲହୋତ୍ରା ସୋସିଆଲ ମିଡିଆରେ ପୋଷ୍ଟର ସେୟାର କରି ଏହି ଘୋଷଣା କରିଛନ୍ତି ।

Share In Social Media
Scroll to Top