odisha24 Live

Latest News

Latest News

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ଛେଚିବ

ଭୁବନେଶ୍ୱର : ସାରା ରାଜ୍ୟରେ ପ୍ରବଳ ବର୍ଷା। ମୌସୁମୀ ପୁଣି ସକ୍ରିୟ ହୋଇଥିବା ବେଳେ ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬୦ଟି ସ୍ଥାନରେ ପ୍ରବଳ, ୨୪ଟି ସ୍ଥାନରେ ପ୍ରବଳତର ଏବଂ ୫ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି। ସର୍ବାଧିକ ବାଲେଶ୍ୱରରେ, ୨୪୬.୬ ମି.ମି. ବର୍ଷା ହୋଇଥିବାରୁ ସୂଚନା ମିଳିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ହେବାର ଅନୁମାନ କରାଯାଉଛି ।ଏପଟେ ପାଣିପାଗ ବିଭାଗ ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରି ଅରେଞ୍ଜ ୱାର୍ନିଂ ଜାରି କରିଛି। ସେହିପରି ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗଭୀର ଅବପାତର ପ୍ରଭାବ ଯୋଗୁଁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ।

Share In Social Media
Scroll to Top