odisha24 Live

Latest News

Latest News

ଆଜିର ରାଶିଫଳ

ମେଷ: କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଧନଲାଭ ହେବ। କାହାରି ସହିତ ଝଗଡ଼ା କରନ୍ତୁ ନାହିଁ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ‌
ବୃଷ: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। ଇଂଜିନିୟରଙ୍କୁ ଭଲ ଅବସର ମିଳିବ। କିଛି ମହତ୍ବପୂର୍ଣ୍ଣ ପାରିବାରିକ କାମ ସଂପୂର୍ଣ୍ଣ ହେବ। ସନ୍ଧ୍ୟାରେ ଜୀବନସାଥୀ ସହ ସମୟ ଅତିବାହିତ କରିବେ। ‌
ମିଥୁନ: କୌଣସି କାମରେ ମାତାପିତାଙ୍କ ସହଯୋଗ ପାଇବେ। ଆପଣଙ୍କ ବିଚାରରେ ଅନ୍ୟମାନଙ୍କୁ ସହମତ କରାଇବେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ। ‌
କର୍କଟ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବେପାର ଆଗକୁ ବଢ଼ାଇବା ଲାଗି ବାପାଙ୍କର ସହଯୋଗ ପାଇବେ। ଲେଖକଙ୍କର କୌଣସି ସମା‌ରୋହରେ ସମ୍ମାନିତ ହେବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ। ‌
ସିଂହ: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁଠାରୁ ଖୁସି ଖବର ପାଇବେ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ ରହିବ। ବ୍ୟବସାୟ ଡିଲ୍ ପାଇଁ ବଡ଼ ସହରକୁ ଯିବେ। ‌
କନ୍ୟା: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଧନଲାଭ ଯୋଗ ଅଛି। ଜୀବନସାଥୀଙ୍କୁ ଉପହାର ଦେବେ। ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବ। ଚାକିରିରେ ପଦୋନ୍ନତି ମିଳିପାରେ।
ତୁଳା: ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶାଠାରୁ ଅଧିକ ଧନଲାଭ ହେବ। ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।
ବିଛା: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସରକରୀ ଚାକିରିଆଙ୍କ ଲାଗି ଦିନଟି ଭଲ। କୌଣସି ଭଲ ଖବର ପାଇବେ। ପ୍ରିୟଜନଙ୍କୁ ହୃଦୟର କଥା କହିବେ।
ଧନୁ: ସାମାଜିକ ପରିସର ବୃଦ୍ଧି ହେବ। ଦୈନିକ କାମରେ ପୂର୍ଣ୍ଣରୂପେ ସଫଳତା ପାଇବେ। ପ୍ରିୟ ବନ୍ଧୁ ସହିତ ମିଳନ ଯୋଗ ରହିଛି। ବାହନ କିଣିବା ଲାଗି ଦିନଟି ଶୁଭ। ପରିବାରରେ ଖୁସି ବଜାୟ ରହିବ।
ମକର: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଆପଣ କିଛି ନୂଆ ଶିକ୍ଷାଲାଭ କରିବେ। ବେପାରରେ ଲାଭ ପାଇବେ। ଚାକିରିଜୀବୀଙ୍କୁ ପ୍ରମୋସନ ମିଳିପାରେ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ।
କୁମ୍ଭ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।
ମୀନ: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଘରେ ଖୁସିର ଆଗମନ ହେବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ସୁଯୋଗ ପାଇବେ।

Share In Social Media
Scroll to Top