odisha24 Live

Latest News

Latest News

ୟୁଏଇରୁ ଓଡ଼ିଶାକୁ ନିବେଶର ବଡ଼ ସୁଅ, ବଢ଼ିଲା ଆଶା!

ଭୁବନେଶ୍ୱର : ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଭାଗିଦାରୀ ଓ ଅନ୍ତର୍ଜାତୀୟ ବଜାରରେ ପ୍ରବେଶକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାର ବିଶ୍ୱସ୍ତରୀୟ ପ୍ରୟାସ। ଏହି କ୍ରମରେ ୟୁଏଇରେ ରାଜ୍ୟର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ସଫଳତାର ସହ ଶେଷ ହୋଇଛି।
ଆସିଲା ୨ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି ସମ୍ଭାବନା । ଆବୁଧାବୀ ଓ ଦୁବାଇରେ ଅନୁଷ୍ଠିତ ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଓ ରାଉଣ୍ଡ ଟେବଲ୍ ଆଲୋଚନା ହୋଇଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆବୁଧାବୀ ଏବଂ ଦୁବାଇରେ ଅନୁଷ୍ଠିତ ଏହି ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଏବଂ ରାଉଣ୍ଡ ଟେବଲ୍ ଆଲୋଚନା ପରେ ୧୬ ଟି ବୁଝାମଣାପତ୍ର ଏବଂ ପୁଞ୍ଜିନିବେଶ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି। ଏହି କାର୍ଯ୍ୟକ୍ରମରେ ୟୁଏଇ ନିବେଶକ, ବିଶ୍ୱସ୍ତରୀୟ ବ୍ୟବସାୟୀ, ସାର୍ବଭୌମ ତଥା ପ୍ରତିଷ୍ଠାନିକ ଅଂଶୀଦାର, ଭାରତୀୟ କୂଟନୈତିକ ପ୍ରତିନିଧି ଏବଂ ଓଡ଼ିଆ ପ୍ରବାସୀମାନେ ଏକାଠି ହୋଇଥିଲେ।

Share In Social Media
Scroll to Top