odisha24 Live

Latest News

Latest News

ନ୍ୟୁଜିଲାଣ୍ଡ ଦଳରେ ହେଲା ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ରୋମାଞ୍ଚକର ଟି-୨୦ ସିରିଜ୍ ସଂପନ୍ନ ହୋଇଛି। ଭାରତ ୩-୨ରେ ସିରିଜ ଜିତିଥିବା ବେଳେ ଘରୋଇ ଦଳ ମଧ୍ୟ ନିଜର ସମ୍ମାନ ରକ୍ଷା କରି ପାରିଛି। ଏହା ପରେ ନଭେମ୍ବର ୪ରୁ ଆରମ୍ଭ ହେବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ବହୁ ପ୍ରତୀକ୍ଷିତ ଏହି ଓ୍ଵାନଡେ ସିରିଜ୍ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛି ଶୁଭମନ ଗିଲଙ୍କ ଟିମ୍ ଇଣ୍ଡିଆ। ତେବେ ଦିନିକିଆ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ବଡ଼ ଝଟକା। ତାରକା ବ୍ୟାଟର ରଚିନ ରବୀନ୍ଦ୍ରନ ଓ ମାର୍କ ଚ୍ୟାପମ୍ୟାନ ଆହତ କାରଣରୁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ଏହି ଦୁଇ ଖେଳାଳି ଟି-୨୦ ସିରିଜ ଖେଳି ନ ଥିଲେ। ରଚିନଙ୍କ କାନ୍ଧରେ ଆଘାତ ଲାଗିଥିବା ବେଳେ ଚ୍ୟାପମ୍ୟାନଙ୍କୁ ଲାଗିଛି ହାର୍ମଷ୍ଟ୍ରିଙ୍ଗ ଇଞ୍ଜ୍ୟୁରି।

ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଅନୁଯାୟୀ, ୟୁରୋପୀୟନ ଟି-୨୦ ପ୍ରିମିୟର ଲିଗ୍ ସମୟରେ ଚ୍ୟାପମ୍ୟାନଙ୍କୁ ହାର୍ମଷ୍ଟ୍ରିଙ୍ଗ ଆଘାତ ଲାଗିଥିଲା। ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ତାଙ୍କୁ ୨ ସପ୍ତାହ ସମୟ ଲାଗିବ। ସେହିପରି କାନ୍ଧରେ ଆଘାତ ଲାଗିଥିବା କାରଣରୁ ରଚିନଙ୍କୁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିବ। ଫଳରେ ଦଳରେ ୪ ପରିବର୍ତ୍ତନ କରିବାକୁ ପଡ଼ିଛି।

Share In Social Media
Scroll to Top