
ମନ୍ଦାର ଫୁଲ କେବଳ ପୂଜା ଅର୍ଚ୍ଚନା ପାଇଁ ନୁହେଁ, ବରଂ ଏହାର ଅନେକ ଔଷଧୀୟ ଗୁଣ ଓ ସ୍ୱାସ୍ଥ୍ୟଗତ ଫାଇଦା ମଧ୍ୟ ରହିଛି । ଏହା ଆମ କେଶ, ତ୍ୱଚା ଏବଂ ସମଗ୍ର ଶରୀରକୁ ସୁସ୍ଥ ରଖିବାରେ ଏକ ମହୌଷଧି ଭଳି କାମ କରିଥାଏ ।
୧. କେଶର ସୌନ୍ଦର୍ଯ୍ୟ ପାଇଁ
ଚୁଟି ଝଡ଼ିବା ରୋକେ: ମନ୍ଦାର ପତ୍ର ଏବଂ ଫୁଲର ରସକୁ ନଡ଼ିଆ ତେଲରେ ଗରମ କରି ଲଗାଇବା ଦ୍ୱାରା ଚୁଟି ଝଡ଼ିବା ବନ୍ଦ ହୋଇଥାଏ ।
ଚୁଟିକୁ ଚମକଦାର କରେ: ଏହା ଏକ ପ୍ରାକୃତିକ କଣ୍ଡିସନର ଭଳି କାମ କରି ଚୁଟିକୁ କୋମଳ ଓ ଚମକଦାର ବନାଏ ।
ରୂପି ସମସ୍ୟା ଦୂର କରେ: ଏହାର ପେଷ୍ଟ ମୁଣ୍ଡରେ ଲଗାଇଲେ ରୂପି ବା ଖାସୁରୁ ମୁକ୍ତି ମିଳିଥାଏ ।
୨. ସ୍ୱାସ୍ଥ୍ୟଗତ ଉପକାରିତା
ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ: ମନ୍ଦାର ଫୁଲରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ।
ଓଜନ ହ୍ରାସ କରିବାରେ ସହାୟକ: ଏହି ଚା’ ଶରୀରର ମେଟାବୋଲିଜିମ୍ ବଢ଼ାଇ ଓଜନ କମାଇବାରେ ସାହାଯ୍ୟ କରେ ।
ହଜମ ପ୍ରକ୍ରିୟା ଉନ୍ନତ କରେ: ଏହା ପେଟ ସଫା ରଖିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବାରେ ବେଶ୍ ପ୍ରଭାବଶାଳୀ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଶରୀରର ଇମ୍ୟୁନିଟି ପାୱାର୍ ବଢ଼ାଇଥାଏ ।
୩. ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ
ବୟସର ଛାପ କମାଏ: ମନ୍ଦାର ଫୁଲରେ ଥିବା ଆଣ୍ଟି-ଏଜିଙ୍ଗ୍ ଗୁଣ ତ୍ୱଚାର କୁଞ୍ଚନ ଦୂର କରେ ।
ବ୍ରଣ ସମସ୍ୟାରୁ ମୁକ୍ତି: ଏହାର ପେଷ୍ଟ ଲଗାଇବା ଦ୍ୱାରା ମୁହଁର ଦାଗ ଓ ବ୍ରଣ ଭଲ ହୋଇଥାଏ ।





