odisha24 Live

Latest News

Latest News

ଆସିଲା ଗୁଗୁଲ ଟିଭି

ଗୁଗୁଲ୍‌ ପକ୍ଷରୁ ବଜାରକୁ ଆସିଲା ଏକ ନୂଆ ଏବଂ ଆଧୁନିକ ଗୁଗୁଲ ଟିଭି ଷ୍ଟ୍ରିମିଂ ଡିଭାଇସ ଯାହାର ନାମ ଗୁଗୁଲ ଟିଭି । ପୂର୍ବରୁ ବେଶ୍‌ ଲୋକପ୍ରିୟ ଥିବା ‘Chromecast’ ସିରିଜ୍‌ ବଦଳରେ କମ୍ପାନୀ ଏହି ନୂଆ ଏବଂ ଅଧିକ ଶକ୍ତିଶାଳୀ ମଡେଲ୍‌କୁ ବଜାରକୁ ଆଣିଛି । ପୂର୍ବ ଅପେକ୍ଷା ଏହାର ପ୍ରୋସେସର ୨୨% ଅଧିକ ଦ୍ରୁତ କାମ କରେ, ଯାହାଦ୍ୱାରା ଆପ୍‌ଗୁଡ଼ିକ ଖୁବ୍ ଶୀଘ୍ର ଖୋଲିଥାଏ ।
ଏଥିରେ 32 GB ଷ୍ଟୋରେଜ୍ ଏବଂ 4 GB RAM ଦିଆଯାଇଛି, ଯାହାଫଳରେ ଆପଣ ଅଧିକ ଆପ୍ସ ଏବଂ ଗେମ୍ସ ଡାଉନଲୋଡ୍ କରିପାରିବେ ।ଯାହା ଆପଣଙ୍କ ପସନ୍ଦ ଅନୁସାରେ ଫିଲ୍ମ ଓ ଶୋ’ ସଜେଷ୍ଟ କରିବ । ଏହାସହ ଏହା ଏକ ସ୍ମାର୍ଟ ହୋମ୍ ହବ୍ ଭଳି ମଧ୍ୟ କାମ କରିବ ।ଏହାର ରିମୋଟରେ ଏକ ସ୍ପେଶାଲ୍ ବଟନ୍ ରହିଛି, ଯାହାକୁ ଆପଣ ନିଜ ଇଚ୍ଛା ଅନୁସାରେ ସେଟ୍ କରିପାରିବେ । ଯଦି ରିମୋଟ୍ କେଉଁଠି ହଜିଯାଏ, ତେବେ ଟିଭି ବକ୍ସର ପଛପଟ ବଟନ୍ ଦବାଇଲେ ରିମୋଟ୍‌ଟି ଶବ୍ଦ କରିବ, ଯାହାଦ୍ୱାରା ଏହାକୁ ସହଜରେ ଖୋଜିହେବ ।

Share In Social Media
Scroll to Top