
ଓଡ଼ିଶା ଓ ଝାଡ଼ଖଣ୍ଡରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED)ର ବଡ଼ଧରଣର ଚଢ଼ାଉ। ଝାଡ଼ଖଣ୍ଡ ସମବାୟ ବ୍ୟାଙ୍କରୁ ପ୍ରାୟ ୩୨ କୋଟି ଟଙ୍କାର ଋଣ ଘୋଟାଲା ମାମଲାରେ ଏହି ରେଡ୍ କରାଯାଉଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଝାଡ଼ଖଣ୍ଡ ଓ ଓଡ଼ିଶାର ମୋଟ ୭ଟି ସ୍ଥାନରେ ଏକାସାଙ୍ଗରେ ED ଅଧିକାରୀମାନେ ଚଢ଼ାଉ କରୁଛନ୍ତି। ଏଥିରୁ ଝାଡ଼ଖଣ୍ଡର ୫ଟି ଏବଂ ଓଡ଼ିଶାର ୨ଟି ସ୍ଥାନରେ ରେଡ୍ ଚାଲିଛି।ଜଣେ ଖଣି ବ୍ୟବସାୟୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ଘରେ ମଧ୍ୟ ED ପକ୍ଷରୁ ଚଢ଼ାଉ କରାଯାଇଛି। ଜାଲ କାଗଜପତ୍ର ମାଧ୍ୟମରେ ଝାଡ଼ଖଣ୍ଡ ସମବାୟ ବ୍ୟାଙ୍କରୁ ପ୍ରାୟ ୩୨ କୋଟି ଟଙ୍କାର ଋଣ ନିଆଯାଇଥିବା ଅଭିଯୋଗକୁ ନେଇ ଏହି ତଦନ୍ତ ଚାଲିଛି।ରେଡ୍ ସମୟରେ ED ଅଧିକାରୀମାନେ ବିଭିନ୍ନ କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରୁଥିବା ଜଣାପଡ଼ିଛି। ତେବେ ଚଢ଼ାଉ ବେଳେ କେତେ ପରିମାଣର ନଗଦ ଟଙ୍କା କିମ୍ବା ଅନ୍ୟ ସାମଗ୍ରୀ ଜବତ ହୋଇଛି, ସେନେଇ ଏପର୍ଯ୍ୟନ୍ତ ସବିଶେଷ ସୂଚନା ସାମ୍ନାକୁ ଆସିନାହିଁ।୩୨ କୋଟି ଟଙ୍କାର ଏହି ଋଣ ଘୋଟାଲାରେ ଆର୍ଥିକ କାରବାରର ତଦନ୍ତ ପାଇଁ EDର ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ରେଡ୍ ଶେଷ ହେବା ପରେ ହିଁ ତଦନ୍ତ ସମ୍ପର୍କିତ ଅଧିକ ତଥ୍ୟ ସ୍ପଷ୍ଟ ହେବ।





