odisha24 Live

Latest News

Latest News

ଆଇଫେଲ୍ ଟାୱାର ବନ୍ଦ ନେଇ ଫ୍ରାନ୍ସରେ ଚର୍ଚ୍ଚା

ପ୍ୟାରିସ୍ : ପ୍ୟାରିସ୍‌ର ଐତିହାସିକ ଆଇଫେଲ୍ ଟାୱାରକୁ ନେଇ ବଡ଼ ବିବାଦ। ଏକ ହିନ୍ଦୁ ସାଂସ୍କୃତିକ ଓ ଧାର୍ମିକ ସଂଗଠନର ଗସ୍ତ ସମୟରେ ମହିଳା କର୍ମଚାରୀଙ୍କୁ କାର୍ଯ୍ୟରୁ ଦୂରେଇ ରଖାଯାଇଥିବା ଅଭିଯୋଗ କରି କର୍ମଚାରୀମାନେ ଧର୍ମଘଟ କରିଛନ୍ତି, ଯାହା ଫଳରେ ସୋମବାର ଦିନ ଆଇଫେଲ୍ ଟାୱାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ବିଏପିଏସ ସଂସ୍ଥାର ପ୍ରାୟ ୧୦୦ ଜଣିଆ ପ୍ରତିନିଧି ମଣ୍ଡଳୀ ଆଇଫେଲ୍ ଟାୱାର ଭ୍ରମଣରେ ଆସିଥିଲେ। ସଂଗଠନର ଅନୁରୋଧ କ୍ରମେ, ଗସ୍ତ ସମୟରେ ମହିଳାମାନଙ୍କ ସହ ଆଲୋଚନା ଓ ସମ୍ମୁଖୀନ ହେବାକୁ ସୀମିତ ରଖିବା ପାଇଁ ମହିଳା କର୍ମଚାରୀଙ୍କୁ ଅନ୍ୟତ୍ର ପଠାଇ ଦିଆଯାଇଥିଲା ଏବଂ କିଛି ସ୍ଥାନରେ ସେମାନଙ୍କ ବଦଳରେ ପୁରୁଷ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।ଏହି ଘଟଣାକୁ ନେଇ କର୍ମଚାରୀ ୟୁନିୟନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଲିଙ୍ଗଗତ ସମାନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି। ଆଇଫେଲ୍ ଟାୱାରର ପରିଚାଳନା ସଂସ୍ଥା ନିଜର ଭୁଲ୍ ସ୍ୱୀକାର କରି କହିଛି ଯେ ଏପରି ସର୍ତ୍ତ ମାନିବା ଉଚିତ୍ ନଥିଲା ଏବଂ ଏହାର ତଦନ୍ତ କରାଯିବ।

Share In Social Media
Scroll to Top