odisha24 Live

Latest News

Latest News

ଆବୁଧାବିରେ ମୁଖ୍ୟମନ୍ତ୍ରୀ ,ଓଡ଼ିଶା ପାଇଁ ନିବେଶ ସମ୍ଭାବନା ନେଇ ବଢ଼ିଲା ଆଶା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ଦିନିଆ ଗସ୍ତରେ ଯାଇ ଆବୁଧାବିରେ ପହଞ୍ଚିଛନ୍ତି। ଆବୁଧାବିରେ ‘ହାଉସ ଅଫ୍ ଇଣ୍ଡିଆ’ ବା ଭାରତୀୟ ଦୂତାବାସରେ ଓଡ଼ିଆ ସମାଜ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଆବୁଧାବିରେ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ ଏବଂ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

ଏହି ଅବସରରେ ଓଡ଼ିଶା-ୟୁଏଇ ସାମାଜିକ, ସାଂସ୍କୃତିକ ଓ ଶିଳ୍ପ ସମ୍ପର୍କ ନେଇ ଆଲୋଚନା ହୋଇଥିଲା । ଆବୁଧାବି ଓ ଦୁବାଇରେ ଓଡ଼ିଆ ସମାଜର ବିଭିନ୍ନ କାର୍ଯ୍ୟକଳାପ ଏବଂ ଓଡ଼ିଆ ସମ୍ପ୍ରଦାୟର ଭୂମିକା ସମ୍ପର୍କରେ ମଧ୍ୟ ମତବିନିମୟ ହୋଇଥିଲା । ଓଡ଼ିଶାରେ ଶିଳ୍ପ ନିବେଶ ଓ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ଆୟୋଜିତ ଇନଭେଷ୍ଟମେଣ୍ଟ ରୋଡ୍‌ଶୋକୁ ପ୍ରବାସୀ ଓଡ଼ିଆମାନେ ସ୍ୱାଗତ କରିବା ସହ ସମର୍ଥନ ଜଣାଇଥିଲେ। ଏଥିରେ ଓଡ଼ିଶା ସମାଜ ଦୁବାଇର ସଭାପତି ଅମିୟ କୁମାର ମିଶ୍ର, ଓଡ଼ିଆ ସମାଜ ଆବୁଧାବିର ସଭାପତି ସୌଗତ ନାୟକ, ପୂର୍ବତନ ସଭାପତି ପ୍ରଦୀପ କୁମାର ରଥ ଓ କ୍ୟାପଟେନ୍ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share In Social Media
Scroll to Top