odisha24 Live

Latest News

Latest News

ସମ୍କୁ ମୋର ନୂଆଁଖାଇ ଜୁହାର୍’ — ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ନୂଆଁଖାଇ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ‘ସମ୍କୁ ମୋର ନୂଆଁଖାଇ ଜୁହାର୍’ କହି ସେ ନୂଆଁଖାଇକୁ ଓଡ଼ିଶାର ମାଟି, ସଂସ୍କୃତି, ପରମ୍ପରା ଓ ସାମାଜିକ ଏକତାର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୟ ଜଗନ୍ନାଥ, ଜୟ ମାଁ ସମ୍‌ଲେଇ‘ସମ୍କୁ ମୋର ନୂଆଁଖାଇ ଜୁହାର୍’ । ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ, ସବୁ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣଉଛେଁ । ନୂଆଁଖାଇ, ଖାଲି ଗୁଟେ ପରବ୍ ନାଇଁସେ, ଇଟା ଆମର୍ ମାଟି, ସଂସ୍କୃତି, ଚାଲିଚଲନ୍ ଆର୍ ସାମାଜିକ ଏକତାର୍ ପ୍ରାଣସ୍ପନ୍ଦନ୍ ଆଏ ।

ଇ ଆନନ୍ଦମୟ ପରବ୍ନେ, ମନର୍ ସବୁ ଭେଦଭାବ, ତିକ୍ତତା ଆର୍ ଅହଂକାରକେ ପଛେ ପକେଇ କରି, ଆମେ ବଡ୍ ଗୁରୁ-ଗୁରୁଜନ୍ ମାନକର୍ ପାହାତଲେ “ଜୁହାର୍- ମୁଁଡିଆ” ଜନେଇଥିସୁଁ, ଆର୍ ସାନ ମାନଙ୍କୁ ଭଲପାଏବାର୍ ଆର୍ ଆଶୀର୍ବାଦ୍ ଦେଇଥିସୁଁ । ଇ ସୁନ୍ଦର୍ ପରମ୍ପରା ଆମର୍ ପରିବାର୍, ସମାଜ୍ ଆର୍ ଭାଇଚାରାର୍ ବନ୍ଧନ୍‌କେ ଆହୁରି ମଜବୁତ୍ କର୍‌ସି ।୨୦୩୬ ତକ୍, ସମୃଦ୍ଧ ଓଡ଼ିଶା ଆଉ ୨୦୪୭ ତକ୍, ବିକ୍‌ଶିତ୍ ଭାରତ ଗଠନ୍ ଲାଗି ସମସ୍ତେ ନିଜର୍ ନିଜର୍ କର୍ତ୍ତବ୍ୟ ପାଲନ୍ କରୁନ୍ ବଲି, ଆଜି ଇ ଶୁଭ୍ ଦିନ୍ ରେ ଛାତ୍ର ଛାତ୍ରୀ, ଯୁବକ୍ ଯୁବତୀ, ଶ୍ରମିକ୍ କିଶାନ୍ ଜୱାନ୍, ସମ୍କୁ ଅନୁରୋଧ୍ କରୁଛେଁ । ନୂଆଁଖାଇ ସମସ୍ତଙ୍କର ଜୀବନରେ, ନୂଆଁ ଆଶା ଆନି ଦେଉ । ମାଁ ସମଲେଇ, ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି, ସୁଖ୍ ଶାନ୍ତି, ଉନ୍ନତି ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି, ପ୍ରାର୍ଥନା କରୁଛେଁ । ସମ୍‌ଙ୍କୁ ଫେର୍ ଥରେ, ମୋର ନୂଆଁଖାଇ ଜୁହାର୍ । ଜୟ ମାଁ ସମ୍‌ଲେଇ ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। ନିଜ ସୋସିଆଲ ମାଧ୍ୟମରେ ଶୁଭେଚ୍ଛା ଜଣାଇ ବାର୍ତ୍ତା ଦେଇ ରାଷ୍ଟ୍ରପତି ଲେଖିଛନ୍ତି ଯେ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଁ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଅଛି । ନୂଆଁଖାଇ କେବଳ ଏକ ପାରଂପରିକ ପର୍ବ ନୁହେଁ, ପଂକ୍ତି ଭୋଜନ ଓ ବନ୍ଧୁମିଳନ ମାଧ୍ୟମରେ ସାମାଜିକ ଓ ପାରିବାରିକ ଆତ୍ମୀୟତାର ପ୍ରତୀକ ମଧ୍ୟ । ଏହି ପର୍ବ ମାଧ୍ୟମରେ ପାରସ୍ପରିକ ସୌହାର୍ଦ୍ଦ୍ୟ ଓ ସଂପ୍ରୀତି ଆହୁରି ସୁଦୃଢ଼ ହେବ ବୋଲି ମୋର ବିଶ୍ୱାସ । ନୂଆଁଖାଇ ଅବସରରେ ମୁଁ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଅଛି ।

ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ନୂଆଁଖାଇ ଜୁହାର୍ ଜଣାଇ କହିଛନ୍ତି ‘ନୂଆଁଖାଇ ହେଉଛି ଏକତା, ସୌହାର୍ଦ୍ଦ୍ୟ ଓ ସଦ୍ଭାବନାର ପର୍ବ । ନବାନ୍ନ ସେବନ, ବନ୍ଧୁମିଳନ ଓ ଗୁରୁଜନଙ୍କ ପ୍ରତି ସମ୍ମାନର ପର୍ବ । ଏହି ପର୍ବ ସମସ୍ତଙ୍କୁ ମିଳିମିଶି କରି ରହିବାର ମହତ ବାର୍ତ୍ତା ଦେଉଛି ।

Share In Social Media
Scroll to Top