
ଖଲ୍ଲିକୋଟ: ଅବପାତ ଯୋଗୁ ଗଞ୍ଜାମ ଜିଲ୍ଲାକୁ ପ୍ରବଳ ବର୍ଷା ଓ ପବନ ବହିବାର ଅନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚିଲିକାରେ ୪ଦିନ ବନ୍ଦ ରହିବ ଭସାପୋଲ । ଚିଲିକା ହ୍ରଦରେ ସାତପଡ଼ା-ଜହ୍ନିକୁଦା ମାର୍ଗରେ ଆଜିଠୁ ୨୫ ତାରିଖ ଯାଏ ନୌ-ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରହିବ । ପ୍ରବଳବର୍ଷା ହେଲେ ଚିଲିକା ହ୍ରଦର ଜଳରାଶି ମଧ୍ୟ ଅଶାନ୍ତ ହୋଇପାରେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସାତପଡ଼ା ଓ କହ୍ନିକୁଦା ମଧ୍ୟରେ ନୌସେବାକୁ ବନ୍ଦ ରଖାଯାଇଛି। ସମସ୍ତ ନୌ ଚାଳକ ନିଜର ଜଳଯାନ ଗୁଡିକ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚିଲିକାରେ ଭସାପୋଲ ଓ ଡଙ୍ଗା ଚଳାଚଳ ବନ୍ଦ । ଆଜିଠାରୁ ୨୫ ତାରିଖ ଯାଏ ଚିଲିକା ହ୍ରଦର ସାତପଡ଼ା-ଜହ୍ନିକୁଦା ମାର୍ଗରେ ଅସ୍ଥାୟୀ ଭାବେ ବନ୍ଦ ରହିବ ନୌସେବା ।
ପ୍ରବଳ ବର୍ଷା ସମୟରେ ଚିଲିକା ହ୍ରଦର ଜଳରାଶି ଅଶାନ୍ତ ହେବା ସହ ଉଚ୍ଚ ଢେଉ ଓ ପବନର ବେଗ ବଢ଼ିବାର ଆଶଙ୍କା ରହିଥାଏ । ଏଭଳି ପରିସ୍ଥିତିରେ ଯାତ୍ରୀ ଓ ନୌଚାଳକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ନୌ-ଚଳାଚଳ ବନ୍ଦ କରାଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସାତପଡ଼ା ଓ ଜହ୍ନିକୁଦା ମଧ୍ୟରେ ଚାଲୁଥିବା ଭସାପୋଲ ସମେତ ଅନ୍ୟ ଡଙ୍ଗା ଚଳାଚଳକୁ ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି । ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ସମସ୍ତ ନୌଚାଳକ ନିଜ ନିଜ ଜଳଯାନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଚିଲିକାରେ ପାଣିପାଗର ସ୍ଥିତି ସୁଧୁରିବା ପରେ ଏବଂ ଯାତ୍ରୀଙ୍କ ଯାତାୟାତ ପାଇଁ ପରିସ୍ଥିତି ଅନୁକୂଳ ହେଲେ ନୌସେବା ପୁଣି ଆରମ୍ଭ ହେବ। ନୌ-ଚଳାଚଳ ବନ୍ଦ ଯୋଗୁଁ ସାତପଡ଼ା-ଜହ୍ନିକୁଦା ମାର୍ଗରେ ଦୈନିକ ଯାତାୟାତ କରୁଥିବା ଲୋକଙ୍କୁ ସାମୟିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିର୍ଦ୍ଦେଶକୁ ମାନିବା ସହ ବିପଦପୂର୍ଣ୍ଣ ସମୟରେ ଚିଲିକା ଭିତରକୁ ନ ଯିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।





