odisha24 Live

Latest News

Latest News

ସଂସ୍କୃତି

ସଂସ୍କୃତି

ଜାଗା ଦର୍ଶନ ବନ୍ଦ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ବୁଧବାର ଶ୍ରୀମନ୍ଦିରରେ ପାଞ୍ଚ ଘଣ୍ଟା ବନ୍ଦ ସାଧାରଣ ଦର୍ଶନ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ବୁଧବାର ମାନେ ଆସନ୍ତକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଯେଉଁଥି ପାଇଁ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ବନ୍ଦ ରହିବ […]

ସଂସ୍କୃତି

ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ବର: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଜଳାଭିଷେକ ଲାଗି ଶିବାଳୟରେ ରାତିରୁ ଲାଗିଛି କାଉଡ଼ିଆଙ୍କ ଧାଡ଼ି । ଶ୍ରୀଲିଙ୍ଗରାଜ, ଶ୍ରୀଲୋକନାଥ ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତିରୁ ଲାଗିଛି କାଉଡିଆଙ୍କ ଲମ୍ବା ଧାଡ଼ି । ସେହିପରି ଭୋଗରାଇ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଜଳାଭିଷେକ କରୁଛନ୍ତି ଲକ୍ଷାଧିକ କାଉଡ଼ିଆ । ଭୋର ୪ ଟାରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ

ସଂସ୍କୃତି

କାମିକା ଏକାଦଶୀ କଣ

ଶ୍ରାବଣ ମାସର କୃଷ୍ଣ ପକ୍ଷରେ ପଡିଥାଏ କାମିକା ଏକାଦଶୀ । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତିରେ ଏହାକୁ ‘ଚକ୍ରବୁଲା ଏକାଦଶୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ସୃଷ୍ଟିର ପାଳନକର୍ତ୍ତା ଭଗବାନ ନାରାୟଣ (ଶ୍ରୀଧର ରୂପ)ଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଯେଉଁ ବ୍ୟକ୍ତି ଏହି ଏକାଦଶୀକୁ ସଂପୂର୍ଣ୍ଣ ବିଧିବିଧାନ ଏବଂ ନିଷ୍ଠାପର ଭାବେ ପୂଜା କରିଥାନ୍ତି ତାହାର ସମସ୍ତ ଚିନ୍ତା ଏବଂ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି । ପଦ୍ମ

ସଂସ୍କୃତି

ଶିବଙ୍କୁ କାହିଁକି ନଟରାଜ କୁହାଯାଏ

ଭଗବାନ ଶିବଙ୍କୁ ‘ନଟରାଜ’ କୁହାଯାଏ କାରଣ ସେ ନୃତ୍ୟ କଳାର ଦେବତା ଅଟନ୍ତି। ‘ନଟ’ ଶବ୍ଦର ଅର୍ଥ ନର୍ତ୍ତକ କିମ୍ବା ଅଭିନେତା ଏବଂ ‘ରାଜ’ ଅର୍ଥ ରାଜା ବା ଶ୍ରେଷ୍ଠ। ସେ ସୃଷ୍ଟି, ସ୍ଥିତି ଏବଂ ପ୍ରଳୟର ମହାଜାଗତିକ ନୃତ୍ୟ (ତାଣ୍ଡବ ଓ ଲାସ୍ୟ) ମାଧ୍ୟମରେ ସମଗ୍ର ବ୍ରହ୍ମାଣ୍ଡକୁ ପରିଚାଳନା କରନ୍ତି।ହିନ୍ଦୁ ପରମ୍ପରାରେ ଅଜ୍ଞାନ, ମୂର୍ଖତା, ଅହଂକାର ଓ ମାନସିକ ଜଡତାର ପ୍ରତୀକ ଭାବେ ଦେଖାଯାଏ । ଭଗବାନ ଶିବ ଅପସ୍ମାରକୁ ନିଜ ପାଦ ତଳେ ରଖିଛନ୍ତି

ସଂସ୍କୃତି

ଆଜି ହସ୍ତତନ୍ତ ଦିବସ ପାଳନ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସମ୍ମାନ ଜଣାଇବା ସହ ଲକ୍ଷ ଲକ୍ଷ ବୁଣାକାରଙ୍କ ପରିଶ୍ରମ, କଳାକୌଶଳ ଓ ଅବଦାନକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ । ୧୯୦୫ ମସିହାରେ ଆଜିର ଦିନରେ କୋଲକାତା ଟାଉନ୍ ହଲ୍ ରୁ ସ୍ୱଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା । ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ୱଦେଶୀ ଉତ୍ପାଦ, ବିଶେଷକରି

ସଂସ୍କୃତି

ଶ୍ରୀମନ୍ଦିରରେ ମହାସ୍ନାନ ନୀତି

ପୁରୀ : ଶ୍ରୀମନ୍ଦିରରେ ବଡ ମହାସ୍ନାନ । ଶ୍ରୀମନ୍ଦିର ଭିତର ବେଢ଼ାର ଚାଙ୍ଗଡ଼ା ଘର ନିକଟରେ ବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରମ୍ପରା ଓ ସେବାୟତଙ୍କ ସୂଚନା ଅନୁଯାୟୀ, ମନ୍ଦିର ପରିସରରେ କୌଣସି ପ୍ରକାରର ଅଶୌଚ କିମ୍ବା ଅପବିତ୍ରତା ଦେଖାଦେଲେ ବିଗ୍ରହ ଓ ମନ୍ଦିର ପରିସରକୁ ଶୁଦ୍ଧ କରିବା ପାଇଁ ମହାସ୍ନାନ କରାଯିବା ବିଧି ରହିଛି ।

ସଂସ୍କୃତି

ରାଷ୍ଟ୍ରପତି ଭବନକୁ ଯିବ ରଥଚକ

ଭୁବନେଶ୍ୱର : ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସ୍ଥାୟୀ ପ୍ରତୀକ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ‘ନନ୍ଦିଘୋଷ’, ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ ଏବଂ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥର ଚକଗୁଡ଼ିକୁ ରାଷ୍ଟ୍ରପତି ଭବନରେ ସ୍ଥାପନ କରାଯିବା

ରାଜ୍ୟ, ସଂସ୍କୃତି

ଧବଳେଶ୍ୱରେ ରାଷ୍ଟ୍ରପତିଙ୍କ ଶିବ ପୂଜା

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୩ ତାରିଖ ଠାରୁ ତିନିଦିନିଆ ଓଡ଼ିଶା ଗସ୍ତ କରିଛନ୍ତି।ଗତକାଲି ରାତିରେ ସେ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିଥିଲେ । ଆଜି ବ୍ରହ୍ମ ମୂହୂର୍ତ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧବଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ବାବା ଧବଳେଶ୍ୱରଙ୍କ ପୀଠରେ ପହଞ୍ଚିବା ପରେ ସେବାୟତ ଶଙ୍କର ରଣାଙ୍କ ସମେତ ମନ୍ଦିର କମିଟିର ସଭାପତି ରାଷ୍ଟ୍ରପତିଙ୍କୁ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ । ପବିତ୍ର ଶ୍ରାବଣ ମାସରେ ଶିବମନ୍ଦିରରେ ରାଷ୍ଟ୍ରପତିଙ୍କ

ସଂସ୍କୃତି

ଦ୍ୱାରିକା ବିନାଶର କାହାଣୀ

ଦୁନିଆର ସବୁଠାରୁ ପୁରୁଣା ସହର ଦ୍ୱାରିକା, ଯାହାକୁ ଭଗବାନ ଶ୍ରୀକୃଷ୍ଣ ତିଆରି କରିଥିଲେ । ଏହି ସହର ହେଉଛି ଭାରତର ସବୁଠାରୁ ପୁରୁଣା ସହର । ଇତିହାସ କୁହେ ଦ୍ୱାରିକା ନଗରୀ ୯ ହଜାର ବର୍ଷ ପୁରୁଣା ସହର । ଯାହାର ଅବଶେଷ ଆଜିବି ନିଳ ସମୁଦ୍ରର ଗଭିରରେ ଦେଖିବାକୁ ମିଳେ । ହେଲେ ସେହି ସମୟରେ ଏମିତି କଣ ହେଲା ଯେ ପୁରା ଦ୍ୱାରିକା ଜଳମଗ୍ନ ହୋଇଗଲା । ତେବେ ଆମେ ଅଜି ଏଠାରେ କହିବୁ

ରାଜ୍ୟ, ସଂସ୍କୃତି

ଖୁବଶୀଘ୍ର ପୁରୀ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତା ମିଳିବ

ଭୁବନେଶ୍ୱର : ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ୍ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖି ଜରୁରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଶ୍ରୀମନ୍ଦିର

Scroll to Top