odisha24 Live

Latest News

Latest News

ବଢ଼ୁଛି ମୁଦ୍ରାସ୍ଫୀତି ହାର; ଆଗକୁ ଆହୁରି ମହଙ୍ଗା ହୋଇପାରେ ବଜାର!

ନୂଆଦିଲ୍ଲୀ: ବଜାର ଦର ବୃଦ୍ଧିର ପ୍ରଭାବ ଏବେ ପରିବାରଙ୍କ ମାସିକ ବଜେଟ ଉପରେ ପଡିବାରେ ଲାଗିଲାଣି। ଲୋକାଲ ସର୍କଲସ୍ ର ଏକ ସର୍ଭେକ୍ଷଣରୁ ଜଣାପଡିଛି ଯେ ପ୍ରତି ୧୦ ରୁ ୬ ପରିବାର ବର୍ଷକ ପୂର୍ବର ଏହି ସମୟ ତୁଳନାରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ୨୦% ଅଧିକ ଖର୍ଚ୍ଚ କରୁଛନ୍ତି। ଅତ୍ୟାବଶକୀୟ ସାମଗ୍ରୀର ଲଗାତାର ମୂଲ୍ୟ ବୃଦ୍ଧି ଯୋଗୁ ଉପଭୋକ୍ତା ଏବେ ସରକାରଙ୍କ ହସ୍ତକ୍ଷେପ ଦାବି କରୁଛନ୍ତି। ଏହି ସର୍ଭେ ଦେଶର ୩୨୬ ଜିଲ୍ଲାର ୧.୩୬ ଲକ୍ଷ ଉପଭୋକ୍ତାଙ୍କ ଉପରେ କରାଯାଇଛି।

ମୂଲ୍ୟ ବୃଦ୍ଧି ଅନୁଭବ କରୁଥିବା ପରିବାର
ଦୁଗ୍ଧ ଓ ଡାୟରୀ ଉତ୍ପାଦରେ ୬୫%, ଘିଅ, ଲହୁଣୀ ଓ ଖାଦ୍ୟ ତୈଳ ବାବଦେ ୭୫%, ତାଜା ପରିବା ଦରରେ ୭୩%, ତାଜା ଫଳ ପାଇଁ ୫୬%, ଡାଲି ବାବଦେ ୬୨%, ଚାଉଳ, ଗହମ ଓ ଅନ୍ୟ ଖାଦ୍ୟ ସଶ୍ୟ ବାବଦେ ୭୧%, ଅଣ୍ଡା, ମାଛ ଓ ମାଂସରେ ୪୦%, କୁକିଂ ଗ୍ୟାସ ବାବଦେ ୩୩% ଓ ସିଲବନ୍ଦ ପ୍ୟାକଜଡ ଫୁଡ ବାବଦେ ୪୦ ପ୍ରତିଶତ ଅଧିକ ବ୍ୟୟ କରିବାକୁ ଲୋକେ ବାଧ୍ୟ ହେଉଛନ୍ତି।

ଉପାୟ
ଏଥିପାଇଁ ଅଧିକାଂଶ ପରିବାର ଏବେ ଖର୍ଚ୍ଚ କାଟ ଉପରେ ପ୍ରାଥମିକତା ଦେଉଛନ୍ତି। ଏଣୁ ପରିବାରମାନେ ଅଣଆବଶ୍ୟକୀୟ ସାମଗ୍ରୀ କ୍ରୟରୁ ବର୍ତ୍ତୁଥିବା ବେଳେ ୫୦ ପ୍ରତିଶତ ପରିବାର କିଣାକିଣି କରୁଥିଲେ ମଧ୍ୟ କମ ମାତ୍ରାରେ କ୍ରୟ କରୁଛନ୍ତି। ପରିବାର ମାନେ ବିଭିନ୍ନ ଉପାୟରେ ଖର୍ଚ୍ଚ କାଟ ଉପରେ ଗୁରୁତ୍ୱ ଦେଉଛନ୍ତି। ଏପରିକି ସେମାନଙ୍କ ଥାଳି ମଧ୍ୟ କମେଇ ସାରିଲେଣି। ଯାହାଦ୍ୱାରା ଗ୍ୟାସ୍. ରୋଷେଇବାସ ସାମଗ୍ରୀ ଖର୍ଚ୍ଚ ହ୍ରାସ କରିବାକୁ ଉଦ୍ୟମ କରୁଛନ୍ତି।

ସରକାରଙ୍କ ନିକଟରେ ଦାବି
ଅଧିକାଂଶ ପରିବାର କଳାବଜାରୀ ଓ କୁତ୍ରିମ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ସରକାରଙ୍କ ନିକଟରେ ଦାବି କରୁଥିବା ବେଳେ ୭୨% ପରିବାର ପାଇକାରୀ ଓ ଖୁଚୁରା ମୂଲ୍ୟ ଉପରେ ସରକାର କଡ଼ା ନଜର ରଖିବାକୁ ଦାବି କରୁଛନ୍ତି। ସେହିପରି ୭୦% ପରିବାର ଚାହୁଁଛନ୍ତି ସପ୍ଲାଇ ସୃଙ୍ଖଳାରେ ସୁଧାର ଓ ବିତରଣ ବାବଦ ବ୍ୟୟ ହ୍ରାସ ହେଉ। ଏହାଛଡା ୭୨% ପରିବାର କାର୍ଟେଲାଇଜେସନ ଓ ପ୍ରତିଯୋଗୀତା ବିରୋଧୀ ଆଚରଣ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

Share In Social Media
Scroll to Top