odisha24 Live

Latest News

Latest News

ପଞ୍ଜାବ କିଙ୍ଗ୍ସରେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ: ଆଇପିଏଲ୍ ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା କେଉଁ ଦଳ ପକ୍ଷରୁ ଖେଳିବେ। କେଉଁ ଦଳ ଜର୍ସିରେ ଏହି ଷ୍ଟାର ଅଲରାଉଣ୍ଡର ନଜର ଆସିବେ। ଏସବୁ ପ୍ରଶ୍ନ ଏବଂ କଳ୍ପନା ଜଳ୍ପନା ଉପରେ ପଡ଼ିଛି ପୂର୍ଣ୍ଣଛେଦ। ପଞ୍ଜାବ କିଙ୍ଗ୍ସ ଜର୍ସିରେ ନଜର ଆସିବେ ହାର୍ଦ୍ଦିକ ପାଣ୍ଡ୍ୟା। ଏହି ଷ୍ଟାର ଅଲରାଉଣ୍ଡର ଏବଂ ତାରକା ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ଟ୍ରେଡ ଲଡିଲ୍ ଉପରେ ବାଜିଛି ମୋହର। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ଏହି ଟ୍ରେଡକୁ ଦେଇଛି ମଞ୍ଜୁରୀ। ଆଉ ଅର୍ଶଦୀପ ସିଂ ଆଗାମୀ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର କରିବେ ପ୍ରତିନିଧିତ୍ଵ। ଆଉ ସବୁଠୁ ବଡ଼ କଥା ଏହି ଟ୍ରେଡ ଡିଲରେ ଦୁଇ ଖେଳାଳିଙ୍କ ପ୍ରାଇସରେ କୌଣସି ପରିବର୍ତ୍ତନ ଘଟିନି। ଗତ ବର୍ଷ ଦୁଇ ଖେଳାଳି ନିଜ ଫ୍ରାଞ୍ଚାଇଜଠୁ ଯେଉଁ ଅର୍ଥରାଶି ପାଉଥିଲେ ସେହି ସମାନ ଅର୍ଥରାଶି ଏବେ ନୂଆ ଫ୍ରାଞ୍ଚାଇଜରୁ ପାଇବେ।
ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୬.୩୫ କୋଟି ଟଙ୍କା ମିଳୁଥିବା ବେଳେ ଅର୍ଶଦୀପ ସିଂଙ୍କୁ ୧୮ କୋଟି ଦେଉଥିଲା ପଞ୍ଜାବ କିଙ୍ଗ୍ସ। ଦୁଇ ଖେଳାଳିଙ୍କ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନ ଥିବା କ୍ରିକବଜ ନିଜର ରିପୋର୍ଟରେ ବି ସ୍ପଷ୍ଟ କରିଛି। ତେବେ ଦୁଇ ଫ୍ରାଞ୍ଚାଇଜ ମଧ୍ୟରେ ଡକ୍ୟୁମେଣ୍ଟ ଜାରି ରହିଛି। ଖୁବ୍ ଶୀଘ୍ର ଏହାର ଆନୁଷ୍ଠାନିକ ଘୋଷଣା ହୋଇଯିବ।

ସୂଚନାଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ ଡିଲ୍ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଥିଲା। ତାଙ୍କର ଅଲଗା ଅଲଗା ଫ୍ରାଞ୍ଚାଇଜକୁ ଯିବା ନେଇ ଆକଳନ କରାଯାଉଥିଲା। ପ୍ରଥମେ ଚେନ୍ନାଇ ସୁପର କିଙ୍ଗ୍ସ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ୍ କରିବା ନେଇ ଖବର ଆସିଥିଲା। ପୁଣି କୋଲକାତା ନାଇଟ୍ ରାଇଡର୍ସର ନାଁ ଏହି ଚର୍ଚ୍ଚାରେ ଯୋଡ଼ି ହୋଇ ଯାଇଥିଲା। ଶେଷରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା।

Share In Social Media
Scroll to Top