odisha24 Live

Latest News

Latest News

ଦୀପାବଳିର ଖୁସି ବଦଳରେ ଖେଳିଗଲା ଅଘଟଣ

ଭୁବନେଶ୍ୱର : ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କେଉଁଠି ଦୀପ ନିଆଁରୁ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଛି ତ ଆଉ କେଉଁଠି ଛିଣ୍ଡିଗଲା ପାପୁଲି, କେଉଁଠି ବାଣ ବିସ୍ଫୋରଣରେ ଚାଲିଗଲା ନାବାଳକଙ୍କ ଜୀବନ..

ସୂଚନାନୁସାରେ, ପିଣ୍ଟୁ ହାତରେ ନଡ଼ିଆ ବମ୍ ଧରି ଫୁଟାଉଥିବା ସମୟରେ ହଠାତ୍ ଏହା ବିସ୍ଫୋରଣ ହୋଇଥିଲା। ଫଳରେ ତାଙ୍କ ଡାହାଣ ହାତ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି।ପ୍ରଥମେ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଜରୁରୀକାଳିନ ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

ଅନ୍ୟପଟେ ଦୀପାବଳିରେ ବାଣ ନେଲା ନାବାଳକର ଜୀବନ । ବାଣ ବିସ୍ଫୋରଣରେ ପ୍ରାଣ ହରାଇଲା ୧୪ ବର୍ଷର ନାବାଳକ। ରାଉରକେଲା ବାଣ ବିସ୍ଫୋରଣରେ ପ୍ରାଣ ହରାଇଲା ୧୪ ବର୍ଷର ନାବାଳକ। ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ନଗରରେ ଘଟିଛି ଏହି ଦୁଃଖଦ ଘଟଣା। ସୂଚନା ଅନୁସାରେ, ଦୀପାବଳି ଅବସରରେ ଟ୍ୟୁସନ ସାର୍ ଚିନ୍ମୟ ଓ ତାଙ୍କ ଭଉଣୀଙ୍କୁ ନିଜ ଘରକୁ ଡାକିଥିଲେ।

ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ଜଣେ ଶିକ୍ଷକ ନିଜ ଘରକୁ ପିଲାମାନଙ୍କୁ ଭୋଜି ଖାଇବା ପାଇଁ ଡାକିଥିଲେ । ଭୋଜି ଖାଇସାରିବା ପରେ ଚିନ୍ମୟ, ତାଙ୍କ ଭଉଣୀ ଓ ଅନ୍ୟ ଜଣେ ସାଙ୍ଗ ଏକାଠି ଘରକୁ ଫେରୁଥିଲେ। ଘର ଆଉ ଅଳ୍ପ ଦୂର ଥିବା ବେଳେ ଛକ ନିକଟରେ ହଠାତ୍ କାଚ ବୋତଲରେ ଖଞ୍ଜାଯାଇଥିବା ବାଣ ଫୁଟିଥିଲା। ବିସ୍ଫୋରଣରେ ବୋତଲର କାଚ ଖଣ୍ଡ ଛିଟିକି ଆସି ଉଭୟଙ୍କ ଦେହରେ ବାଜିଥିଲା। ଏଥିରେ ଚିନ୍ମୟ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଚିନ୍ମୟଙ୍କୁ ମୃତ ଘୋଷଣା କରିଥିଲେ।

Share In Social Media
Scroll to Top