
ନୂଆଦିଲ୍ଲୀ : ଜିମ୍ବାୱେର ବରିଷ୍ଠ ବ୍ୟାଟ୍ସମ୍ୟାନ ବ୍ରାଣ୍ଡେନ ଟେଲର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ଟେଲର ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଦିନିକିଆ ଖେଳିବାରେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ୩ ମାସ ପର୍ଯ୍ୟନ୍ତ ଦିନିକିଆ ମ୍ୟାଚ ଖେଳିବା ଜାରି ରଖିଥିଲେ । ଯାହା ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଦିନିକିଆରେ ଖେଳିବାର ରେକର୍ଡ ଥିଲା। ୪୦ ବର୍ଷୀୟ ଟେଲର ୨୨ ବର୍ଷ ୪ ମାସ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଦିନିକିଆ ଖେଳିବା ଜାରି ରଖି ସଚିନଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ଟେଲର ଏହି ଉପଲବ୍ଧି ମଙ୍ଗଳବାର ହରାରେରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ହାସଲ କରିଛନ୍ତି। ସଚିନ ୧୯୮୯ ଡିସେମ୍ବର ୧୮ରେ ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ କରିଥିବାବେଳେ ୨୦୧୨ ମାର୍ଚ୍ଚ ୧୮ରେ ଶେଷ ମ୍ୟାଚ ଖେଳିଥିଲେ। ୨୨ ବର୍ଷ ୩ ମାସ ମଧ୍ୟରେ ସଚିନ ସର୍ବାଧିକ ୪୬୩ଟି ଦିନିକିଆ ଖେଳି ୧୮,୪୨୬ରନ କରିଛନ୍ତି। ସେହିପର ଟେଲର ୨୦୦୪ରେ ଅନ୍ତର୍ଜାତୀୟ ଦିନିକିଆ ପଦାର୍ପଣ କରିଥିଲେ। ଏବେ ସୁଦ୍ଧା ସେ ୨୦୭ଟି ଦିନିକିଆ ମ୍ୟାଚ ଖେଳିଛନ୍ତି। ଟେଲର ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ପୁନର୍ବାର ୨୦୨୨ରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ। ୨୦୨୨ରେ ୩ବର୍ଷ ୬ ମାସ ଆଇସିସି ପକ୍ଷରୁ କ୍ରିକେଟରୁ ବାସନ୍ଦ ହୋଇଥିଲେ। ପୁନର୍ବାର ୨୦୨୫ରେ କ୍ରିକେଟକୁ ପେରିଥିଲେ।





