
ଅନୁଗୁଳ : ଅନୁଗୋଳ ସଦର ଥାନା ନୂଆମୌଜା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଗୋଟିଏ ରାସନ ଦୋକାନ ଓ ଗୋଟିଏ ଡାଇନାମା ଦୋକାନକୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଛନ୍ତି । ଏହି ଅଗ୍ନିକାଣ୍ଡରେ ଗୋଟିଏ ଟାଟା ଇଣ୍ଡିକା କାର ଓ ଗୋଟିଏ ଜେସିବି ମେସିନ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । କୁମୁଦ ନାୟକ ଓ ସାଗର ପ୍ରଧାନଙ୍କ ମାଲିକାନାରେ ଥିବା ଏହି ଦୁଇଟି ଦୋକାନକୁ କେହି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି ।
ଖବର ପାଇଁ ଅନୁଗୋଳ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲା । ଏହାସହ ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ପେଟ୍ରୋଲ ଢାଳି ଅଗ୍ନିସଂଯୋଗ କରିଥିବା ଦୁର୍ବୃତ୍ତଙ୍କୁ ଚିହ୍ନଟ ପାଇଁ ପୁଲିସ ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି।





