odisha24 Live

Latest News

Latest News

ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନହର୍ତ୍ତା ପ୍ରଭୁ ଗଜାନନ

ଭୁବନେଶ୍ୱର : ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନହର୍ତ୍ତା ପ୍ରଭୁ ଗଜାନନ । ଏନେଇ କାରିଗରଙ୍କ ମଧ୍ୟରେ ବେସ ଉତ୍ସାହ ଦେଖାଦେଇଛି । ଭିନ୍ନ ଭିନ୍ନ ଢ଼ଙ୍ଗରେ ଲୋକଙ୍କୁ ଆକୃଷ୍ଟ କରିବା ଭଳି ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି । ପ୍ଲାଷ୍ଟର ଅଫ ପ୍ୟାରିସ ମୁର୍ତ୍ତି ବଦଳରେ ମାଟିରେ ନିର୍ମିତ ମୁର୍ତ୍ତି କୁ ଲୋକେ ବେସ ପସନ୍ଦ କରୁଛନ୍ତି । ତେବେ ଲୋକଙ୍କୁ ସୁହାଇଲା ଭଳି ଦରରେ ଏଥର ବିକ୍ରି ହେଉଛି ଗଜାନନ ଗଣପତିଙ୍କ ମୁର୍ତ୍ତି । କୁମ୍ଭାର ଗଢ଼ି ଦେଉଛି ଖୁବ ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି । କାରିଗର ମାନେ ମାଟି ମୂର୍ତ୍ତି ତିଆରି କରିବା ପରେ ଏବେ ପଲିସ କରୁଛନ୍ତି। ବିଭିନ୍ନ ଉଚ୍ଚତା ର ମୂର୍ତ୍ତି ସବୁ ରଖାଯାଇଛି। କେଉଁଥିରେ ଧଳା ରଙ୍ଗ ପ୍ରଥମେ ଦେଇ ସ୍ପ୍ରେ କରୁଛନ୍ତି କାରିଗର ତ ଆଉ କେଉଁଥିରେ ଗଣେଶ ମୂର୍ତ୍ତିରେ ଆଖିର ଉପର ରଙ୍ଗ ଲଗାଉଛନ୍ତି । ପରମ୍ପରା ଅନୁଯାଇ ଗଣେଶ ପୂଜାକୁ ଶିକ୍ଷାଅନୁଷ୍ଠାନ, ଅଫିସ କାର୍ଯ୍ୟାଳୟ, ସହର ବା ଗାଁ ମଧ୍ୟରେ, ଘରେ ଘରେ ମହା ଆଡମ୍ବର ସହିତ ପୂଜାର୍ଚନା କରିଥାନ୍ତି l ଯାହାକୁ ନେଇ ମୂର୍ତ୍ତି ର ଚାହିଦା ବେଶ ରହିଛି । ଝାରସୁଗୁଡା ସହର ର ବିଭିନ୍ନ ସ୍ଥାନ ରେ ମୂର୍ତ୍ତି ନିର୍ମାଣ ଚାଲିଥିବା ବେଳେ ବର୍ତ୍ତମାନ ଗଢ଼ଣ କାର୍ଯ୍ୟ ଆଗେଇ ଚାଲିଛି l ମାଟି ଓ ଅନ୍ୟ ପଦାର୍ଥ ରେ ନିର୍ମାଣ ସୁନ୍ଦର ସୁନ୍ଦର ମୂର୍ତ୍ତି କରାଯାଉଥିବା କାରିଗର ମାନେ ଦିନ ରାତ୍ରି ତିଆରିରେ ଲାଗିପଡିଛନ୍ତି l ଗଣେଶ ମୂର୍ତ୍ତି ୩୦୦ ଟଙ୍କା ରୁ ଆରମ୍ଭ କରି ୨୫୦୦୦ଟଙ୍କା ରହିଛି। ମୂର୍ତ୍ତିଭିତରେ ରେ ବ୍ୟବହାର କରାଯାଉଥିବା କାଠ ଫ୍ରେମ, ରଙ୍ଗ ର ଦର ଅଧିକ ଥିବାରୁ ଲାଭ କମ ହେଉଛି। ଅନେକ ପୂଜା କମିଟି ପକ୍ଷରୁ ଅଗ୍ରୀମ ଦେଇ ବୁକ କରା ଯାଉଥିବା ଦେଖାଯାଉଛି ।

Share In Social Media
Scroll to Top