odisha24 Live

Latest News

Latest News

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ମିଳିବ ସୁବ୍ୟବସ୍ଥା, ୮ ଦିନରେ ସରିବ ରାମ୍ପ ନିର୍ମାଣ

ପୁରୀ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ପାଇଲଟ୍ ରାମ୍ପ ନିର୍ମାଣ ହେବ । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ସରିବ । ଆଇଆଇଟି ଭୁବନଶ୍ୱର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଫୋଲ୍ଡିଂ ରାମ୍ପକୁ ପ୍ରାୟ ୫ ମିନିଟ ମଧ୍ୟରେ ଖୋଲାଯାଇ ପୁଣି ବନ୍ଦ କରାଯାଇପାରିବ । ପାଇଲଟ ରାମ୍ପ ବା ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି , ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିନିଧିମାନଙ୍କୁ ଏହି ରାମ୍ପ ପରିଦର୍ଶନ କରାଯିବ । ସେମାନଙ୍କ ମତାମତ ଓ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସ୍ଥଳେ ଏହାକୁ ସଂଶୋଧନ କରାଯିବ ।

ନଚେତ ଅନୁମତି ମିଳିଲେ ଏହା କାର୍ଯ୍ୟକ୍ଷମ ହେବ । ଆଗକୁ ୬ ଥାକିଆ ରାମ୍ପ ପାଇଁ ବ୍ୟବସ୍ଥା ହେବ । ୩ରୁ ୪ ମାସ ମଧ୍ୟରେ ପୂର୍ଣ୍ଣ ମଡେଲ ପ୍ରସ୍ତୁତ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେହିପରି ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ସୁବିଧାରେ ଦର୍ଶନ ପାଇଁ ଟେକ୍ନୋଲୋଜି ମଡେଲ ପ୍ରସ୍ତୁତ ହୋଇଛି । ଉତ୍ତରଦ୍ୱାରରେ ସହରବାସୀ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଉଛି । ବାୟୋମେଟ୍ରିକ ବ୍ୟବସ୍ଥା ମାଧ୍ୟମରେ ଏହାକୁ ସହଜ କରାଯାଉଛି । ସହରବାସୀଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନକୁ ଅଦିକ ସହଜ ସୁବିଧାଜନକ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

Share In Social Media
Scroll to Top