odisha24 Live

Latest News

Latest News

ସିରିଆରେ ଭୟଙ୍କର ବିସ୍ଫୋରଣ! ପ୍ରଚଣ୍ଡ ଧମାକାରେ ଥରିଲା ପୂରା ଅଞ୍ଚଳ

ସିରିଆ : ଦକ୍ଷିଣ ସିରିୟାର ଇଦଲିବ୍ ପ୍ରଦେଶ ସ୍ଥିତି ଦେଶର ଏକ ଅସ୍ତ୍ରାଗାରରେ ବଡ଼ ଧରଣର ବିସ୍ପୋରଣରୁ ୧୪ ଜଣ ପ୍ରାଣ ହରାଇଥିବା ବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଶର୍ମାଡା ନିକଟରେ ଏହି ବିସ୍ପୋରଣ ହୋଇଛି। ଏହା ତୁର୍କୀ ସୀମାକୁ ଲାଗିଛି। ତେବେ ଏହି ବିସ୍ପୋରଣ କିପରି ହେଲା, କିଏ ଏଥିପାଇଁ ଦାୟୀ ସେ ସମ୍ପର୍କରେ ସିରିଆ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନି। ଉଲ୍ଲେଖନୀୟ ଯୋଗ୍ୟ, ୨୦୧୧ ରୁ ଗୃହଯୁଦ୍ଧ ଲାଗିଛି, ଏହାକୁ ଦମନ କରିବା ନିମନ୍ତେ,ସିରିଆ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତି ଚାଲିଛି।
ଏଥିଲାଗି ଉକ୍ତ ଅସ୍ତ୍ରାଗାରର ନିର୍ମାଣ କରାଯାଇଥିଲା। ବୁଧବାର ଘଟିଥିବା ଏହି ବିସ୍ପୋରଣର ଭିଡିଓ ଭାଇରାଲ୍ ହୋଇଛି। ଏହି ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ, ସେଥିରେ କେବଳ ଅସ୍ତ୍ରାଗାର ନୁହେଁ, ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ କୋଠାମଧ୍ୟ ଭୁଶୁଡି ପଡିଛି। ଅସ୍ତ୍ରାଗାର ସୁରକ୍ଷା ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ଖଣ୍ତ ବିଖଣ୍ତିତ ଶରୀର ବିଭିନ୍ନ ସ୍ଥାନରେ ଛିଟିକି ପଡିଥିଲା। ଯେଉଁସଦସ୍ୟ ଦୂରରେ ଥିଲେ, ସେମାନେ ବର୍ତ୍ତି ଯାଇଥିଲେ। ୧୧ ଜଣ ଗୁରୁତର ଆହତ ହୋଇଛନ୍ତି।

Share In Social Media
Scroll to Top