odisha24 Live

Latest News

Latest News

ଓଡ଼ିଶାରେ ବଢ଼ିବ ରପ୍ତାନି, ଖୋଲିବ ରୋଜଗାରର ଦ୍ୱାର! ମୋହନଙ୍କ ବୈଠକରେ ବଡ଼ ଆଲୋଚନା

ଭୁବନେଶ୍ୱର : ଅବୁଧାବିରେ ଓଡ଼ିଶାର ଇନଭେଷ୍ଟମେଣ୍ଟ ମିଶନ୍! ବ୍ୟବସାୟୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଉଣ୍ଡଟେବୁଲ୍, ନିବେଶ ଆଣିବାକୁ ବଡ଼ ଆଲୋଚନା ।

ଏହି ବୈଠକରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ଅର୍ଥନୈତିକ ସହଯୋଗ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା ହୋଇଛି। ବିଶେଷକରି ଓଡ଼ିଶାର ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଫୁଡ୍ ପ୍ରୋସେସିଂ ଓ ୟୁଏଇର ପ୍ରମୁଖ ବ୍ରାଣ୍ଡ ପାଇଁ କନ୍ଟ୍ରାକ୍ଟ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ବ୍ୟାପକ ସୁଯୋଗ ଉପସ୍ଥାପନ କରାଯାଇଥିଲା। କେବଳ ବ୍ୟବସାୟ ନୁହେଁ, ୟୁଏଇର ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଉଚ୍ଚଦକ୍ଷ ପେସାଦାର ଯୁବକ-ଯୁବତୀଙ୍କ ନିଯୁକ୍ତି ପାଇଁ ସଂଗଠିତ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି। ଏହା ରାଜ୍ୟର ଦକ୍ଷ ମାନବ ସମ୍ପଦକୁ ଆନ୍ତର୍ଜାତିକ ବଜାର ସହ ଯୋଡ଼ିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଏହି ରାଉଣ୍ଡଟେବୁଲ୍ ବୈଠକରେ ୟୁଏଇରେ ସଫଳ ବ୍ୟବସାୟିକ ଉପସ୍ଥିତି ଥିବା ଓଡ଼ିଶାର ସଂସ୍ଥା ରୁଚି, ଫାର୍ମ ବି ଓ ବି-ୱାନ୍ ମଧ୍ୟ ଅଂଶଗ୍ରହଣ କରିଥିଲେ। ଆଇବିପିଜି ସଭାପତି ରାଜୀବ ଶାହ ମଧ୍ୟ ବୈଠକରେ ଉପସ୍ଥିତ ରହି ଦୁଇ ଦେଶ ମଧ୍ୟରେ ଦୀର୍ଘମିଆଦୀ ବ୍ୟବସାୟିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ମଧ୍ୟପ୍ରାଚ୍ୟରେ ରାଜ୍ୟର ନିବେଶ ଓ ରପ୍ତାନି ସମ୍ଭାବନାକୁ ନୂଆ ଦିଗ ଦେବ ବୋଲି ମନେ କରାଯାଉଛି।

Share In Social Media
Scroll to Top