
ଗୁଜରାଟ : ଦିଲ୍ଲୀ ପରେ ଗୁଜରାଟ ଗାନ୍ଧୀନଗରରେ ଭୁଷୁଡିଲା ବିଲ୍ଠିଂ । ନିର୍ମାଣାଧୀନ ବାଣିଜ୍ୟିକ କମ୍ପ୍ଲେକ୍ସର ଏକ ଅଂଶ ଭାଙ୍ଗି ପଡ଼ିଛି ।
ସୂଚନାନୁଯାୟୀ, ବୁଧବାର ରାତି ପ୍ରାୟ ୯ଟା ସମୟ ମୟରେ ଏହି ଦୁର୍ଘଟଣା ଘଟିଥିଲା । କୋଠାରେ ନିର୍ମାଣ କାର୍ଯ୍ୟ ଚାଲିଥିଲାବେଳେ ହଠାତ୍ ଏକ ବଡ଼ ଲୁହା ସ୍ଲାବ୍ ଖସିପଡ଼ିଥିଲା । ତେଣୁ ସେହି ସ୍ଲାବ ତଳେ ଶ୍ରମିକ ଫସି ରହିଯାଇଥିଲେ । ଫଳରେ ତୁରନ୍ତ ଭଗ୍ନାବଶେଷ ହଟାଇବା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହାରି ମଧ୍ୟରେ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଘଟଣାସ୍ଥଳ ସମୀକ୍ଷା କରି କହିଛନ୍ତି ଯେ, ଉଦ୍ଧାର ହୋଇଥିବା ୧୫ ଜଣ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣଙ୍କୁ ଗାନ୍ଧୀନଗର ସିଭିଲ୍ ହସ୍ପିଟାଲରେ ଭର୍ଭି କରାଯାଇଛି । ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ ହୋଇ ନଥିବାରୁ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଛି । ଏଥିସହ ସେ କହିଛନ୍ତି ଯେ, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ୧୨ ଜଣ ଶ୍ରମିକ ଏବେ ସୁରକ୍ଷିତ ଅଛନ୍ତି । ଗାନ୍ଧୀନଗର ସିଭିଲ୍ ହସ୍ପିଟାଲ ଟାଲର ଅଧୀକ୍ଷକଙ୍କଠାରୁ ସୂଚନା ପାଇବା ପ୍ରଶାସନ ଆହତମାନଙ୍କ ଅବସ୍ଥା ଉପରେ ନିରନ୍ତର ନଜର ରଖିବା ସହ ଏହି ବିବୃତ୍ତି ଦେଇଛନ୍ତି । ଏହା ବ୍ୟତୀତ ସାରା ରାତି ଭଗ୍ନାବଶେଷ ସଫା କରିବା ଏବଂ ସମଗ୍ର ଅଞ୍ଚଳର ପୁଙ୍ଖାନୁପୁଙ୍ଖ ସନ୍ଧାନ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ।





