
ଆଫଗାନିସ୍ତାନ : ଭାରତର ପଡ଼ୋଶୀ ଦେଶ ଆଫଗାନିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ସୋମବାର ସକାଳେ ଆଫଗାନିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ ହୋଇଛି ।
ରିପୋର୍ଟ ଅନୁସାରେ, ଭାରତୀୟ ସମୟ ୫ଟା ୩୬ରେ ଆଫଗାନିସ୍ତାନରେ ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଣରୁ ୧୩୦ କିମି ଗଭୀରରେ ଥିଲା । ଗଭୀରତା ଅଧିକ ହେବା କାରଣରୁ ଭୂମିକମ୍ପ ବାବଦରେ ଅଧିକ ତଥ୍ୟ ମିଳିପାରି ନାହିଁ ।





