odisha24 Live

Latest News

ହରମନପ୍ରୀତଙ୍କ ବିଶ୍ୱ ରେକର୍ଡ

ଦୁବାଇ : ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ବିଶ୍ୱ କୀର୍ତ୍ତିମାନ। ବିଶ୍ବର ପ୍ରଥମ (ପୁରୁଷ ଓ ମହିଳା) କ୍ରିକେଟର ଭାବେ ହରମନପ୍ରୀତ ୧୫୦ଟି ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଦେଶର ନେତୃତ୍ବ ନେଇଛନ୍ତି। ଶନିବାର ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇ ହରମନପ୍ରୀତ ଏହି ଉପଲବ୍ଧି ହାସଲ କରିଛନ୍ତି।

ମହିଳା ଟି୨୦ରେ ନେତୃତ୍ବ ନେବାରେ ଶ୍ରୀଲଙ୍କାର ଚାମିରା ଅଟ୍ଟାପଟୁ ୧୨୧ଟି ମ୍ୟାଚ ସହ ୨ୟ, ଅଷ୍ଟ୍ରେଲିଆର ମେଗ୍‌ ଲାନିଙ୍ଗ ୧୦୦ଟି ମ୍ୟାଚ ସହ ୩ୟ ସ୍ଥାନରେ ରହିଛନ୍ତି। ପୁରୁଷ କ୍ରିକେଟର ଭାବେ ଟ୍ବେଣ୍ଟି୨୦ରେ ନାମ୍ବିଆର ଜେର୍‌ହାଡ ଏରାସ୍‌ମସ ସର୍ବାଧିକ ୯୧ଟି ମ୍ୟାଚରେ ଦେଶର ନେତୃତ୍ବ ନେଇଛନ୍ତି। ୭୨ ଟ୍ବେଣ୍ଟି୨୦ ମ୍ୟାଚ୍‌ ସହ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨ୟ ସ୍ଥାନରେ ଅଛନ୍ତି।

Share In Social Media
Scroll to Top