
ୱାଶିଂଟନ: ବଡ଼ଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଉଡ଼ାଣ ସମୟରେ ଏକ ଯାତ୍ରୀବାହୀ ବିମାନ ସହିତ ଏହାର ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଯାହାଫଳରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମର ହୋସ୍ ଉଡ଼ିଯାଇଥିଲା।ଅମେରିକୀୟ ଅଧିକାରୀମାନେ ଏହାକୁ ସୁରକ୍ଷିତ ଦୂରତା ବଜାୟ ରଖିବାରେ ତ୍ରୁଟି ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣାର ଫେଡେରାଲ ସ୍ତରରେ ତଦନ୍ତ ଆରମ୍ଭ ହୋଇଛି। ତେବେ, ହୱାଇଟ ହାଉସ ସ୍ପଷ୍ଟ କରି କହିଛି ଯେ ରାଷ୍ଟ୍ରପତି କେବେ ମଧ୍ୟ କୌଣସି ବିପଦରେ ନଥିଲେ। ଏକ ରିପୋର୍ଟ ଅନୁଯାୟୀ, ଏୟାର ଟ୍ରାଫିକ କଣ୍ଟ୍ରୋଲରମାନଙ୍କ ସହ ଅସ୍ପଷ୍ଟ ଯୋଗାଯୋଗ ପରେ ଏହି ଘଟଣା ଘଟିଥିଲା। ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ ପୁଷ୍ଟି କରିଛି ଯେ, ‘ମେରିନ ୱାନ’ ହେଲିକପ୍ଟର ଏବଂ ରୋନାଲ୍ଡ ରିଗାନ ୱାଶିଂଟନ ନ୍ୟାଶନାଲ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଏକ ବିମାନ ମଧ୍ୟରେ ସୁରକ୍ଷିତ ଦୂରତା କମିଯିବା ଘଟଣାର ତଦନ୍ତ ଆରମ୍ଭ କରିଛି।

