odisha24 Live

Latest News

Latest News

ଦୁର୍ଘଟଣାରେ ଗୌରବ ଆହତ

ମୁମ୍ବାଇ : ଲୋକପ୍ରିୟ ଏବଂ ରୋମାଞ୍ଚକ ଭରା ଷ୍ଟଣ୍ଟ ରିଆଲିଟି ଶୋ ଖତରୋଁ କେ ଖିଲାଡ଼ି ୧୫ ଆରମ୍ଭ ହେବା ଦିନରୁ ଶିରୋନାମାରେ ରହିଛି ।ଅଗଷ୍ଟ ୧ ତାରିଖରେ ପ୍ରସାରିତ ଏହି ଶୋର ଶେଷ ଏପିସୋଡରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କୁ ଭୟଭୀତ କରିଦେଇଥିଲା । ଶୋ ମଧ୍ୟରେ ପ୍ରତିଯୋଗୀମାନଙ୍କୁ ଖତରନାକ ବଡି-ବ୍ଲାକ ଷ୍ଟଣ୍ଟ କରିବାକୁ ପଡ଼ିଥିଲା । ଯେଉଁଥିରେ ହାଇ ସ୍ପିଡ୍ ଲେଜର ଷ୍ଟଣ୍ଟ ଏବଂ ଗୁଳିକୁ ସାମ୍ନା କରିବାକୁ ପଡ଼ିଥିଲା । ଏହି ଖତରନାକ୍ ଷ୍ଟଣ୍ଟ କରୁଥିବାବେଳେ ଟିଭି ଅଭିନେତା ଗୌରବ ଖାନ୍ନା ଗଭୀର ଭାବେ ଆହତ ହୋଇଥିଲେ । ତାଙ୍କ ପିଠିରେ କ୍ଷତଚିହ୍ନ ଏବଂ ଲେଜର ବର୍ଣ୍ଣସ୍ ଦେଖିବା ପରେ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ଏହି ଷ୍ଟଣ୍ଟ ଶୋ ହେବା ପରେ ଏବଂ ଟିଭିରେ ଏପିସୋଡ୍ ପ୍ରସାରିତ ହେବା ପରେ ଗୌରବ ଖାନ୍ନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଆହତ ହୋଇଥିବାର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ତାଙ୍କ ପିଠିରେ ଲାଲ୍ ଏବଂ ନୀଳ ଦାଗ ପଡିଥିବା ଦେଖିବାକୁ ମିଳିଥିଲା । ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଟିଭିରେ ଏହାକୁ ପୁଣି ଥରେ ଦେଖିବା ପରେ ମଧ୍ୟ ତାଙ୍କୁ ସମାନ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହା ତାଙ୍କ ଜୀବନର ସବୁଠାରୁ ଯନ୍ତ୍ରଣାଦାୟକ ଅନୁଭୂତି ବୋଲି ବର୍ଣ୍ଣନା କରିଛନ୍ତି ଏବଂ ପ୍ରକାଶ କରିଛନ୍ତି ଯେ ଅନ୍ୟ ତିନି ଜଣ ପ୍ରତିଯୋଗୀ ମଧ୍ୟ ସମାନ କଷ୍ଟ ଭୋଗିଛନ୍ତି । ସେ ତାଙ୍କ ସହ-ପ୍ରତିଯୋଗୀ ଓରିଙ୍କୁ ତାଙ୍କ ପିଠି ଅବସ୍ଥାର ଭିଡିଓ ରେକର୍ଡ କରିବା ପାଇଁ ମଧ୍ୟ ମଜାଳିଆ ଭାବେ ଧନ୍ୟବାଦ ଜଣାଇଛନ୍ତି ।ଏହି ଖତରନାକ ଚ୍ୟାଲେଞ୍ଜିଂ ଷ୍ଟଣ୍ଟରେ ୪ ଜଣ ପ୍ରତିଯୋଗୀ ଗୌରବ ଖାନ୍ନା, ବିଶାଳ ଆଦିତ୍ୟ ସିଂ, କରଣ ବାହୀ ଏବଂ ଶଗୁନ ଶର୍ମା ସାମିଲ ଥିଲେ । ଏହି କଷ୍ଟଦାୟକ ଟାସ୍କର ନିୟମ ଥିଲା ଯେ, ସମସ୍ତେ ତାଙ୍କ ପିଠିରେ ଲଗାତାର ଆସୁଥିବା ଲେଜର ଗୁଳି ସହିବା । ଯେପର୍ଯ୍ୟନ୍ତ ୪ ଜଣଙ୍କ ମଧ୍ୟରୁ ୨ ଜଣ ହାର ନ ମାନିଛନ୍ତି ସେ ପର୍ଯ୍ୟନ୍ତ ଏହି ମୁକାବିଲା ଚାଲିବ । ଏହି ଖତରନାକ ଟାସ୍କରେ ସର୍ବପ୍ରଥମେ ଶଗୁନ ଶର୍ମା ହାର ମାନିଥିଲେ ଏବଂ ପରେ ଗୌରବ ଖାନ୍ନା ଏହି ଟାସ୍କରୁ ବାହାରି ଯାଇଥିଲେ । ଆଘାତ ଏବଂ ଯନ୍ତ୍ରଣା ଟାସ୍କକୁ ସମାପ୍ତ କରିବାରେ ଗୌରବଙ୍କ ସାହସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

Share In Social Media
Scroll to Top