odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର : ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପରିବା ଦର ବୃଦ୍ଧି ପାଇଛି । ବନ୍ୟା ଜଳରେ ହଜାର ହଜାର ଏକର ପନିପରିବା ଚାଷ ନଷ୍ଟ ହେବା ପରେ ବଜାରରେ ପରିବାର ଯୋଗାଣ କମିଯାଇଛି । ଏହାର ସିଧା ପ୍ରଭାବ ପଡ଼ିଛି ଦର ଉପରେ । ଏବେ ବଜାରରେ ପ୍ରାୟ ସବୁ ପ୍ରକାର ପନିପରିବାର ଦର ୬୦ ଟଙ୍କା କିମ୍ବା ତା’ଠାରୁ ଅଧିକ ରହିଛି । ଟମାଟୋ, ବାଇଗଣ, ଭେଣ୍ଡି, ବିନ୍ସ, କଲରା, ପୋଟଳ, ଝୁଡ଼ଙ୍ଗ ଭଳି ଅତ୍ୟାବଶ୍ୟକ ପରିବାର ଦାମ ଦିନକୁ ଦିନ ବଢ଼ୁଥିବାରୁ ସାଧାରଣ ଲୋକ ଚିନ୍ତାରେ ପଡ଼ିଛନ୍ତି । ଏବେ ଶ୍ରାବଣ ମାସ ଚାଲିଥିବାରୁ ଅନେକ ଲୋକ ନିରାମିଷ ଖାଦ୍ୟ ଗ୍ରହଣ କରୁଛନ୍ତି । ଏହି ସମୟରେ ପନିପରିବାର ଚାହିଦା ବଢ଼ିଥିବା ବେଳେ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି ।ଯେଉଁ ବ୍ୟାଗ ପୂର୍ବରୁ ୩୦୦ ଟଙ୍କାରେ ଭରିଯାଉଥିଲା, ସେହି ବ୍ୟାଗ ଏବେ ୫୦୦ ଟଙ୍କା ନେଇ ମଧ୍ୟ ପୂରୁନାହିଁ । ଅନ୍ୟପଟେ ବ୍ୟବସାୟୀମାନେ କହିଛନ୍ତି, ସ୍ଥାନୀୟ ଅଞ୍ଚଳରେ ପରିବା ଉତ୍ପାଦନ କମିଯାଇଥିବାରୁ ବାହାର ରାଜ୍ୟରୁ ପରିବା ଆଣିବାକୁ ପଡ଼ୁଛି । ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଦର ମଧ୍ୟ ବୃଦ୍ଧି ପାଇଛି। ଉଚ୍ଚ ଦର ଯୋଗୁଁ ଗ୍ରାହକ କମ୍ କିଣୁଥିବାରୁ ବେପାର ମଧ୍ୟ ମାନ୍ଦା ପଡ଼ିଛି । ଚାଷୀମାନେ ମଧ୍ୟ ବନ୍ୟାରେ ବ୍ୟାପକ କ୍ଷତି ସହିଥିବାରୁ ସରକାରୀ ସହାୟତା ଓ କ୍ଷତିପୂରଣ ଦାବି କରିଛନ୍ତି । ଏପଟେ ଗ୍ରାହକମାନେ ଶୀଘ୍ର ବଜାରରେ ପରିବା ଯୋଗାଣ ସ୍ୱାଭାବିକ କରିବାକୁ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top