odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଇରାନ-ଆମେରିକା ଡିଲ୍: ପାକିସ୍ତାନ ପାଇଁ ଚିନ୍ତା

ଓ୍ବାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ସମ୍ଭାବ୍ୟ ବୁଝାମଣା କିମ୍ବା ଡିଲ୍ ପାକିସ୍ତାନ ପାଇଁ ଭୌଗଳିକ-ରାଜନୈତିକ ଏବଂ ଆର୍ଥିକ ଚିନ୍ତା ବଢ଼ାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଇରାନ ସହ ଆଲୋଚନା ଉଦ୍ୟମ ଆଗକୁ ବଢ଼ୁଛି ଏବଂ ଏଥିରେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ( ୟୁଏଇ) ଓ କତାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ତେବେ ଟ୍ରମ୍ପଙ୍କ ବୟାନରେ ପାକିସ୍ତାନର ନାଁ ନଥିବାରୁ କୂଟନୈତିକ ମହଳରେ ଚର୍ଚ୍ଚା ବଢ଼ିଛି ।ଟ୍ରମ୍ପଙ୍କ କହିବାନୁସାରେ, ସାଉଦି ଆରବ, ୟୁଏଇ ଓ କତାର ଆମେରିକାକୁ ଇରାନ ଉପରେ ବଡ଼ ସାମରିକ ଆକ୍ରମଣରୁ ଦୂରେଇ ଆଲୋଚନାର ପଥ ବାଛିବାକୁ ପ୍ରେରିତ କରିଥିଲେ । ବର୍ତ୍ତମାନ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ୱାଭାବିକ କରିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରସଙ୍ଗର ସମାଧାନ ଆଲୋଚନାର ପ୍ରମୁଖ ବିଷୟ ହୋଇଛି । ଅନ୍ୟପଟେ, ଇରାନ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରି କହିଛି ଯେ ବର୍ତ୍ତମାନ ତାହାର ଆଲୋଚନା କେବଳ ଓମାନ ସହ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳକୁ ନେଇ ସୀମିତ ରହିଛି ।
ସୂଚନା ଯୋଗ୍ୟ, ୨୦୨୬ ଜୁନ୍‌ରେ ଆମେରିକା-ଇରାନ ଆଲୋଚନା ସମୟରେ ପାକିସ୍ତାନ ଓ କତାରକୁ ଆନୁଷ୍ଠାନିକ ମଧ୍ୟସ୍ଥ ଭାବେ ଉଲ୍ଲେଖ କରାଯାଇଥିଲା । ସ୍ୱିଜରଲ୍ୟାଣ୍ଡର ବର୍ଗେନଷ୍ଟକରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ମଧ୍ୟ ଉଭୟ ଦେଶ ମଧ୍ୟସ୍ଥ ଭୂମିକା ନେଇଥିଲେ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top