odisha24 Live

Latest News

Latest News

ନୂଆ ଅବତାର ଟାଇଗର

ମୁମ୍ବାଇ : ପୁଣିଥରେ ବଡ଼ ପରଦାରେ ବଲିଉଡ୍ ଆକ୍ସନ୍ ଷ୍ଟାର୍ ଭାବେ ପରିଚିତ ଟାଇଗର ଶ୍ରଫ୍ ଧମାକା କରିବାକୁ ପ୍ରସ୍ତୁତ ହେଉଛନ୍ତି । ନୂଆ ଆକ୍ସନ୍ ଫିଲ୍ମ ପାଇଁ ଟାଇଗର ଶ୍ରଫ୍, ନିର୍ଦ୍ଦେଶକ ରେମୋ ଡି’ସୁଜା ଏବଂ ପ୍ରଯୋଜକ ନୀରଜ ତିୱାରୀ ଏକାଠି ହୋଇଛନ୍ତି। ଏହା ଏକ ବଡ ପ୍ରୋଜେକ୍ଟ ଯାହାକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ଫିଲ୍ମର ନିର୍ମାଣ କାମ ଆରମ୍ଭ ହୋଇଥିବା ଖବର ସାମ୍ନାକୁ ଆସିଛି। ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆକ୍ସନ୍ ଓ ଡ୍ୟାନ୍ସ ପାଇଁ ନିଜର ଅଲଗା ପରିଚୟ ତିଆରି କରିଥିବା ଟାଇଗର ଶ୍ରଫ୍ ଏହି ଫିଲ୍ମରେ ଏକ ନୂଆ ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ଫିଲ୍ମରେ ଭରପୂର ଆକ୍ସନ୍, ଭିଜୁଆଲ୍ ଇଫେକ୍ଟସ୍ ଏବଂ ଭାବନାପୂର୍ଣ୍ଣ କାହାଣୀ ରହିଥିବା ନେଇ ଜଣାପଡ଼ିଛି।

Share In Social Media
Scroll to Top