
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ । ୪ ଜଣଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା । ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ଓଡିଶା ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଆଯାଇ ପାରିବ ନାହିଁ କାର୍ଯ୍ୟାନୁଷ୍ଠାନ । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ପ୍ରକାଶିତ ହୋଇଛି ଏହି ପୁସ୍ତକ । ଘରୋଇ ପ୍ରକାଶନୀ ସଂସ୍ଥାର ସଦସ୍ୟଙ୍କୁ ଅନ୍ତରୀଣ ସୁରକ୍ଷା । ଦିଲ୍ଲୀପ କୁମାର ସାହୁ ଓ କିଶୋର କୁମାର କରଙ୍କୁ ସୁରକ୍ଷା । ଅନୁପମ ଘୋଷ ଓ ଆଶିଷ କୁମାର ଘୋଷଙ୍କୁ ମଧ୍ୟ ମିଳିଛି ଏହି ଅନ୍ତରୀଣ ସୁରକ୍ଷା । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ଅନ୍ତରୀଣ ସୁରକ୍ଷା । ଅପ ଟୁ ଡେଟ୍ କେସ ଡାଏରୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ ଯେ, ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ଦାୟିତ୍ୱ ନିର୍ଦ୍ଧାରଣ ଓ ଆଇନଗତ ପଦକ୍ଷେପ ପାଇଁ ମାମଲା ରୁଜୁ ହୋଇଥିଲା । ଏହାପରେ ମାମଲାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ । ସେହି ଶୁଣାଣିରେ ହାଇକୋର୍ଟ କ’ଣ ନିଷ୍ପତ୍ତି ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

