odisha24 Live

Latest News

Latest News

ହାର୍ଦ୍ଦିକଙ୍କ ନୂଆ ଲୁକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଚର୍ଚ୍ଚାରେ ପଡିଛନ୍ତି । ତିରୁମାଲାର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦର୍ଶନ ସମୟରେ ସେ ଲଣ୍ଡା ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ହାର୍ଦ୍ଦିକଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ମହିକା ଶର୍ମା ମଧ୍ୟ ଥିଲେ।
ସୂଚନା ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ମନ୍ଦିରର ‘ସୁପ୍ରଭାତମ ସେବା’ରେ ସାମିଲ ହୋଇଥିଲେ। ମନ୍ଦିର ଦର୍ଶନ ସମୟର ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି।
ହାର୍ଦ୍ଦିକ କାହିଁକି ଲଣ୍ଡା ହେଲେ , ତାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ତେବେ ତିରୁମାଲା ମନ୍ଦିରରେ କେଶ ଦାନ କରିବାର ପରମ୍ପରା ରହିଛି। ଅନେକ ଭକ୍ତ ମାନସିକ ପୂରଣ କିମ୍ବା ଧାର୍ମିକ ଆସ୍ଥା ଅନୁସାରେ ଏଠାରେ କେଶ ଦାନ କରିଥାନ୍ତି। ଅନ୍ୟପଟେ, ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପୁଣି ଭାରତୀୟ ଦଳକୁ ଫେରିବା ପାଇଁ ଫିଟନେସ୍‌ ଉପରେ ଧ୍ୟାନ ଦେଉଛନ୍ତି। ଆହତ ହେବା କାରଣରୁ ସେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ଖେଳିପାରିନଥିଲେ। ଏହା ସହ ଇଂଲଣ୍ଡ ଗସ୍ତରୁ ମଧ୍ୟ ସେ ବାଦ ପଡ଼ିଥିଲେ। ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଭାରତୀୟ ଦଳ ପାଇଁ ହାର୍ଦ୍ଦିକଙ୍କ ଫିଟନେସ୍‌ ବେଶ୍ ଗୁରୁତ୍ୱପୂର୍ଣ୍ଣ।

Share In Social Media
Scroll to Top