odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଲିଙ୍ଗରାଜଙ୍କ ନୀତିରେ ବାଧା

ଭୁବନେଶ୍ୱର : ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବ୍ୟାଘାତ ସୃଷ୍ଟି ହୋଇଛି ।ପୂଜାପଣ୍ଡା ସେବାୟତ-ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ନୀତିକାନ୍ତି ବନ୍ଦ ହୋଇଥିବା ସୂଚନାରୁ ଜଣାପଡ଼ିଛି। ମନ୍ଦିରର ପୂଜାପଣ୍ଡା ସେବାୟତ ଏବଂ ବଡୁ ସେବାୟତଙ୍କ ମଧ୍ୟରେ ଗତ କିଛି ଦିନ ହେବ ଅସନ୍ତୋଷ ଲାଗି ରହିଥିଲା। ଶ୍ରାବଣ ସୋମବାର ଭଳି ସ୍ବତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ଦିନରେ ମନ୍ଦିରକୁ ଆସୁଥିବା ଦାନ ଟଙ୍କା ଏବଂ ବିଭିନ୍ନ ପୂଜାନୀତିରୁ ମିଳୁଥିବା ପାଉଣା ଟଙ୍କା ଭାଗବଣ୍ଟାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ଏହି ବିବାଦ ଉଗ୍ର ରୂପ ଧାରଣ କରି ସେବାୟତମାନେ ନିଜର ଦାୟିତ୍ୱରୁ ଓହରି ଯାଇ ନୀତିକାନ୍ତି ବନ୍ଦ କରିଦେଇଛନ୍ତି। ତେବେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବାବାଙ୍କୁ ଜଳ ଲାଗି କରି ନ ପାରି ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଛନ୍ତି। ପ୍ରଭୁଙ୍କର ଅବକାଶ ନୀତି ଏବଂ ସକାଳ ଧୂପ ଭଳି ଗୁରୁତ୍ୱପୂର୍ଣ୍ଣ ନୀତି ନ ହେବାରୁ ମନ୍ଦିର ପରିସରରେ ଦୁଃଖଦାୟକ ପରିବେଶ ସୃଷ୍ଟି ହୋଇଛି।

Share In Social Media

Leave a Comment

Your email address will not be published. Required fields are marked *

Scroll to Top