odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଅଗଷ୍ଟ ୧ରୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ସାଧାରଣ ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି ମହଙ୍ଗା ମାଡ଼ । ରୋଷେଇ ଘରଠାରୁ ଆରମ୍ଭ କରି ଗ୍ୟାରେଜ ପର୍ୟ୍ୟନ୍ତ ବ୍ୟବହୃତ ଅନେକ ଜରୁରୀ ସାମଗ୍ରୀର ଦର ବୃଦ୍ଧି ପାଇବ । ଦୈନନ୍ଦିନ ବ୍ୟବହାରର ଏଫଏମସିଜି ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ସ୍ମାର୍ଟଫୋନ୍, କାର୍ ଓ ପୋଷାକ ଭଳି ବିଭିନ୍ନ କ୍ଷେତ୍ରରେ କମ୍ପାନିଗୁଡ଼ିକ ପର୍ୟ୍ୟାୟକ୍ରମେ ମୂଲ୍ୟ ବଢ଼ାଇବାକୁ ଯୋଜନା କରିଛନ୍ତି ।ଚାହା, ଖାଇବା ତେଲ, ସାବୁନ, ଡିଟରଜେଣ୍ଟ ସମେତ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ୬ରୁ ୮ ପ୍ରତିଶତ ପର୍ୟ୍ୟନ୍ତ ବଢ଼ିପାରେ । ସେହିପରି ରେଫ୍ରିଜରେଟର, ୱାସିଂ ମେସିନ୍ ଓ ଟେଲିଭିଜନ ଭଳି ଘରୋଇ ଇଲେକ୍ଟ୍ରୋନିକ୍ ସାମଗ୍ରୀର ମୂଲ୍ୟ ୪ରୁ ୬ ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଗତ କିଛି ମାସ ଧରି ମେମୋରି ଚିପ୍‌ର ଦର ବହୁଗୁଣ ବଢ଼ିଥିବାରୁ ସ୍ମାର୍ଟଫୋନ୍‌ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ।ଅଟୋମୋବାଇଲ କ୍ଷେତ୍ରରେ ମଧ୍ୟ ଗ୍ରାହକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top