odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ସେମିକନ ସମ୍ମିଳନୀରେ ଯୋଗଦେବେ। ଭାରତକୁ କିପରି ସେମିକଣ୍ଡକ୍ଟର ପାୱାର ହାସ କରାଯାଇପାରିବ ସେନେଇ ଶୀର୍ଷ ସ୍ତରରେ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଓ ୪ ତାରିଖରେ ଜିଏସଟି କାଉନସିଲର ୫୬ ତମ ବୈଠକରେ ମଧ୍ୟ ଯୋଗଦେବେ। ଦିଲ୍ଲୀ ଗସ୍ତ ପୂର୍ବରୁ ଓଡ଼ିଶା ଉପସ୍ଥାପନ କରିବାକୁ ଯାଉଥିବା ପ୍ରସ୍ତାବ ନେଇ ବୈଠକ କରିଛନ୍ତି ମୋହନ ମାଝୀ। ପରିବର୍ତ୍ତନ ହେବାକୁ ଥିବା ଜିଏସଟି ସ୍ଲାବ ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ବର୍ତ୍ତମାନ ୪ଟି ସ୍ଲାବ ୫, ୧୨, ୧୮ ଓ ୨୮ ପ୍ରତିଶତରେ ଜିଏସଟି ରହିଛି। ଏହାକୁ ପରିବର୍ତ୍ତନ କରାଯାଇ ୨ଟି ପର୍ଯ୍ୟାୟରେ ଲାଗୁ କରାଯିବାକୁ ପ୍ରସ୍ତାବ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୫ ପ୍ରତିଶତ ଦ୍ରବ୍ୟ ଓ ସେବା କର ଲାଗୁ ହେବ। ସେହିପରି ଅନ୍ୟ ସାଧାରଣ ସାମଗ୍ରୀ ଉପରେ ଲାଗିବ ୧୮ ପ୍ରତିଶତ। ଲକଜୁରୀ ସାମଗ୍ରୀ ଓ ଟବାଟୋ ଆଦି ପଦାର୍ଥ ଉପରେ ସ୍ବତନ୍ତ୍ର ୪୦ ପ୍ରତିଶତ ଜିଏସଟି ଲାଗୁ କରାଯିବାର ବ୍ୟବସ୍ଥା ରହିଛି। ଜିଏସଟି ବୈଠକରେ ଯୋଗ ଦେବା ସହ ଓଡ଼ିଶାରେ ସେମିକଣ୍ଡକଟର ସେକ୍ଟରରେ ପୁଞ୍ଜିନିବେଶ ନେଇ ମଧ୍ୟ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯଦି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟନ୍ତି ତେବେ ରାଜ୍ୟର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ମଧ୍ୟ ଆଲୋଚନା କରିପାରନ୍ତି।

Share In Social Media

Leave a Comment

Your email address will not be published. Required fields are marked *

Scroll to Top