odisha24 Live

Latest News

Latest News

ଇରାନର କଡ଼ା ସର୍ତ୍ତ

ତେହରାନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆନ୍ତର୍ଜାତିକ ଜଳପଥ ହର୍ମୁଜ୍ ପ୍ରଣାଳୀ ନିୟନ୍ତ୍ରଣକୁ ନେଇ ଇରାନ ପକ୍ଷରୁ କଡ଼ା ସର୍ତ୍ତ ରଖାଯାଇଛି। ଇରାନ ସ୍ପଷ୍ଟ କରିଛି ଯେ କେବଳ ଓମାନ ମାଧ୍ୟମରେ ହେଉଥିବା ଆଲୋଚନା ଯଥେଷ୍ଟ ନୁହେଁ ଏବଂ ଜାହାଜ ଚଳାଚଳ କିମ୍ବା ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ଏହାର ସାମରିକ ଓ କୂଟନୈତିକ ସର୍ତ୍ତ ମାନିବାକୁ ପଡ଼ିବ। ସୂଚନା ଅନୁଯାୟୀ , ଇରାନୀ ଆଲୋଚନାକାରୀ ଦଳଙ୍କ ପକ୍ଷରୁ ଜଣାପଡ଼ିଛି ଇରାନ ଏବଂ ଓମାନ ମଧ୍ୟରେ ଚାଲିଥିବା ଆଲୋଚନା ଏକ ଦ୍ୱିପାକ୍ଷିକ ଚୁକ୍ତିରେ ପରିଣତ ହୋଇପାରେ। ତେବେ ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷିତ ଏବଂ ପୁନଃ ଖୋଲିବା ପାଇଁ ଆବଶ୍ୟକୀୟ ସର୍ତ୍ତାବଳୀ ପୂରଣ ହେବ ନାହିଁ। ଆଲୋଚନାକାରୀ ଦଳଙ୍କ ଅନୁସାରେ ଆମେରିକା ଚୁକ୍ତିନାମା ଉଲ୍ଲଂଘନ କରିବା ଯୋଗୁଁ ହର୍ମୁଜ୍ ପ୍ରଣାଳୀ ବନ୍ଦ ହୋଇଯାଇଛି। ସମସ୍ତ ଆବଶ୍ୟକୀୟ ସର୍ତ୍ତାବଳୀ ପୂରଣ ବିନା, ଇରାନ ଉପରେ ଆମେରିକାର ଆକ୍ରମଣ ବନ୍ଦ ନହେବା ପର୍ଯ୍ୟନ୍ତ ଏବଂ ସର୍ତ୍ତାବଳୀ ଗ୍ରହଣ ବିନା ପ୍ରଣାଳୀର ସ୍ଥିତି ଗୋଟିଏ ମାସ ପୂର୍ବର ଅବସ୍ଥାକୁ ଫେରିବ ନାହିଁ। ହର୍ମୁଜ୍ ପରିଚାଳନା ପାଇଁ ଭବିଷ୍ୟତର ବ୍ୟବସ୍ଥା ଉପରେ ଇରାନର ଆଲୋଚନା କେବଳ ଓମାନ ସହିତ ହେବ। ତେହେରାନ ଆମେରିକା ସହିତ ସିଧାସଳଖ ଆଲୋଚନା କରୁନାହିଁ। ଏହି ଆଲୋଚନା ଏକ ପ୍ରସ୍ତାବିତ କରିଡର ଉପରେ କେନ୍ଦ୍ରିତ, ଯାହା ହର୍ମୁଜ୍ ବିଷୟରେ ଓମାନର ଚିନ୍ତାର ସମାଧାନ କରିବ। ରିପୋର୍ଟରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ଆମେରିକୀୟ ଅଧିକାରୀଙ୍କଠାରୁ ସିଧାସଳଖ କିମ୍ବା ଆଞ୍ଚଳିକ ସହଯୋଗୀଙ୍କ ମାଧ୍ୟମରେ ପରସ୍ପର ବିରୋଧୀ ସଙ୍କେତ ଆଲୋଚନା ପ୍ରକ୍ରିୟାକୁ ଜଟିଳ କରିଛି। ଫଳରେ ତେହେରାନ ପାଇଁ ଚିନ୍ତା ସୃଷ୍ଟି କରିଛି। ଏଭଳି ବାହ୍ୟ ହସ୍ତକ୍ଷେପ ଆଲୋଚନାକୁ ବିଳମ୍ବିତ କିମ୍ବା ପଥଭ୍ରଷ୍ଟ କରିପାରେ ।

Share In Social Media
Scroll to Top