odisha24 Live

Latest News

Latest News

ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ, ହାତେନାତେ ଧରିଲା ଟିମ୍‌!

ଭୁବନେଶ୍ୱର: ଓରାଉରକେଲା ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ଧନେଶ୍ୱର ବରାଡଙ୍କ ସମ୍ପତ୍ତିକୁ ନେଇ ଯାଞ୍ଚ ଜାରି ରହିଛି। ଗତକାଲି ରାତିରେ ଶ୍ରୀ ବରାଡଙ୍କ ନିକଟରୁ ୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ ଅବୈଧ ଉପାର୍ଜନର ନଗଦ ଟଙ୍କା ଜବତ ହେବା ପରେ ରାଉରକେଲା ଓ ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ଏକକାଳୀନ ତଲାସୀ ଚଳାଯାଇଥିଲା।
ତଲାସୀ ସମୟରେ ଏପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରର ରଘୁନାଥପୁରରେ ପ୍ରାୟ ୨୭୦୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏକ ଦୁଇ ମହଲା କୋଠା ଠାବ ହୋଇଛି।
ଏହାସହ ୪ଟି ପ୍ଲଟ୍ ସମ୍ପର୍କିତ ତଥ୍ୟ ମଧ୍ୟ ମିଳିଛି। ଏଥିରୁ ଗୋଟିଏ ପ୍ଲଟ୍ ଭୁବନେଶ୍ୱରରେ ଥିବା ବେଳେ ଅନ୍ୟ ୩ଟି ନୟାଗଡ଼ ସହରର ଉପକଣ୍ଠରେ ଥିବା ଜଣାପଡ଼ିଛି।

ତଲାସୀ ବେଳେ ବିଭିନ୍ନ ଆକାଉଣ୍ଟରେ ପ୍ରାୟ ୩୩.୯୭ ଲକ୍ଷ ଟଙ୍କାର ଜମା ରାଶି ମଧ୍ୟ ଠାବ ହୋଇଛି। ଏହା ବ୍ୟତୀତ ଅନ୍ୟାନ୍ୟ ନିବେଶ ଓ ଜମା ସମ୍ପର୍କିତ ଦସ୍ତାବିଜ ମଧ୍ୟ ଯାଞ୍ଚକାରୀ ଟିମ୍ ହାତରେ ଲାଗିଛି। ଏହି ଦସ୍ତାବିଜଗୁଡ଼ିକର ବର୍ତ୍ତମାନ ଯାଞ୍ଚ ଚାଲିଛି।

Share In Social Media
Scroll to Top