odisha24 Live

Latest News

Latest News

ଛାଡିବାର ନା ଧରୁନି ଲଘୁଚାପ !

ଭୁବନେଶ୍ୱର : ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ। ଆଜି ଅଧାରୁ ଅଧିକ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ୨୯ ଓ ୩୦ ତାରିଖରେ ପୁରା ରାଜ୍ୟରେ ପ୍ରବଳ ବର୍ଷିବ। ୩୧ ତାରିଖରେ ପଶ୍ଚିମ ଓଡି଼ଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

Share In Social Media
Scroll to Top